ଓଡିଶା

odisha

By

Published : Oct 5, 2021, 1:00 PM IST

ETV Bharat / state

ଆଜି ଭାପୁର ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ, ୧୪୪ ଧାରା ଲାଗୁ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ହାଇପ୍ରୋଫାଇଲ ନିର୍ବାଚନ ପାଇଁ ବ୍ଲକ ପରିସର ସହ ବଜାରରେ ଆଜି(ମଙ୍ଗଳବାର) ସକାଳ ୮ ଠାରୁ ୧୪୪ ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ଆଜି ଭାପୁର ଅଧ୍ୟକ୍ଷା ଉପନିର୍ବାଚନ
ଆଜି ଭାପୁର ଅଧ୍ୟକ୍ଷା ଉପନିର୍ବାଚନ

ନୟାଗଡ: ଆଜି ଭାପୁର ବ୍ଲକରେ ଅଧ୍ୟକ୍ଷ ଉପନିର୍ବାଚନ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ହାଇପ୍ରୋଫାଇଲ ନିର୍ବାଚନ ପାଇଁ ବ୍ଲକ ପରିସର ସହ ବଜାରରେ ଆଜି(ମଙ୍ଗଳବାର) ସକାଳ ୮ ଠାରୁ ୧୪୪ ଧାରା ଲାଗୁ କରାଯାଇଛି।

ଆଜି ଭାପୁର ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ

ବ୍ଲକର ପୂର୍ବତନ ଅଧକ୍ଷା ବ୍ଲକ ଉପାଧକ୍ଷ ଗୟାଧର ପରିଡା ଜାଲ ଦସ୍ତଗତରେ 80 କୋଟି ଟଙ୍କା ହଡପର ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହା ପରେ ଗତ ଅଗଷ୍ଟ ୧୭ ତାରିଖରେ ବ୍ଲକ ଅଧକ୍ଷା ଶାନ୍ତିଲତା ବେହେରା ଅନାସ୍ଥା ଭୋଟରେ ହାରି ପଦ ହରାଇଥିଲେ । ଏହା ପରେ ଏହି ପଦ କିଛିଦିନ ଧରି ଖାଲି ପଡିଥିଲା ।

ଏହି ଆଧାରରେ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଅକ୍ଟୋବର ୫କୁ ଦିନ ଧାର୍ଯ୍ୟ କରିଥିଲେ । ଏନେଇ ଗତ ମାସ ୨୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପାଇଁ ଫର୍ମ ଆବେଦନ ସହ ନାମାଙ୍କନ ୧୧ଟା ରୁ ୧୧ଟା୩୦ ମଧ୍ୟରେ ଯାଞ୍ଚ ହେବ । ୧୨ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ୧୨ଟା ୩୦ରୁ ୨ଟା ମଧ୍ୟରେ ଆବଶ୍ୟକ ପଡ଼ିଲେ ଭୋଟ ହେବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ABOUT THE AUTHOR

...view details