ଓଡିଶା

odisha

ETV Bharat / state

Block Chairman Murder Case: ନ୍ୟାୟ ପାଇଁ ଦଶନ୍ଧି ଧରି ଦୌଡି ଦୌଡି ନୟାନ୍ତ ପରିବାର - ଭାପୁର ବ୍ଲକ ଅଧ୍ୟକ୍ଷ ଗୁରୁବାରୀ କଁଅର ହତ୍ୟାକାଣ୍ଡ

2012 ଜୁନ୍‌ 13 ତାରିଖରେ ତତ୍କାଳୀନ ଭାପୁର ବ୍ଲକର ଅଧ୍ୟକ୍ଷ ଗୁରୁବାରୀ କଁଅରଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ ରାଜନୈତିକ ଶତ୍ରୁମାନେ । ୧୦ ବର୍ଷ ପୁରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

bhapur block chairman murder case: ନ୍ୟାୟ ପାଇଁ 10 ବର୍ଷ କାଳ ଦଉଡୁଛନ୍ତି ପରିବାର
bhapur block chairman murder case: ନ୍ୟାୟ ପାଇଁ 10 ବର୍ଷ କାଳ ଦଉଡୁଛନ୍ତି ପରିବାର

By

Published : Jan 28, 2022, 9:17 PM IST

ନୟାଗଡ଼: କେବେ ମିଳିବ ଗୁରୁବାରୀ କଁଅରଙ୍କ ପରିବାରକୁ ନ୍ୟାୟ ? ବିଭତ୍ସ, ଲୋମହର୍ଷଣକାରୀ, ଅମାନୁଷିକ...ଏମିତି ଶବ୍ଦ ବି କମ ପଡିଯାଇଥିଲା ସେଦିନର ହତ୍ୟାକାଣ୍ଡ ଆଗରେ । 2012 ଜୁନ୍‌ 13 ତାରିଖର ଘଟଣା l ତତ୍କାଳୀନ ଭାପୁର ବ୍ଲକର ଅଧ୍ୟକ୍ଷଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ ରାଜନୈତିକ ଶତ୍ରୁମାନେ । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ସୃଷ୍ଟି କରିଥିଲା ଆଲୋଡ଼ନ । ଏହି ହତ୍ୟାକାଣ୍ଡକୁ ପୁରୁଛି 10 ବର୍ଷ, ହେଲେ ପରିବାରକୁ ମିଳିନି ନ୍ୟାୟ । ନ୍ୟାୟ ପାଇବା ଆଶାରେ 10 ବର୍ଷ ହେବ ପତ୍ନୀ ଏବଂ ପୁଅଙ୍କ ଆଖିରୁ ଝରୁଛି ଲୁହ । ନ୍ୟାୟ ପାଇବା ପାଇଁ ଧାଇଁ ଧାଇଁ ଚପଲ ଛିଡିଯାଇଥିବା କହିଛନ୍ତି ପରିବାର ଲୋକେ ।

bhapur block chairman murder case: ନ୍ୟାୟ ପାଇଁ 10 ବର୍ଷ କାଳ ଦଉଡୁଛନ୍ତି ପରିବାର
ଗୁରୁବାରୀ ଥିଲେ ଜଣେ ସମିତି ସଭ୍ୟ । ଗୁରୁବାରୀଙ୍କୁ ହତ୍ୟା କରିଥିଲେ ତାଙ୍କ ରାଜନୈତିକ ଶତ୍ରୁମାନେ ବୋଲି ଅଭିଯୋଗ ଆଣିଥିଲେ ପରିବାର । ପୋଲିସ ଘଟଣାର ତଦନ୍ତକୁ ପ୍ରଥମରୁ ଦିଗହରା କରିଥିଲା l ଅଭିଯୁକ୍ତଙ୍କୁ ଗିରଫ ପରିବର୍ତ୍ତେ ଅନୁକମ୍ପା ଦେଖାଇଥିଲା । ତଥାପି ନ୍ୟାୟ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ଗୁରୁବାରୀଙ୍କ ବିଧବା ପତ୍ନୀ ଓ ପୁଅ ।ଭାପୁର ବ୍ଲକ ଫତେଗଡ଼ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ଛକାପଞ୍ଝା ଯୋଗୁଁ ଅପର ଗୋଷ୍ଠୀର ଏକାଧିକ ଲୋକେ ଗୁରୁବାରୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲେ l ଗୁରୁବାରି ଭାପୁରରୁ ଘରକୁ ଫେରିବା ବେଳେ ତହସିଲ ସାମ୍ନାରେ ଦିନ ଦ୍ବିପହରରେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିଲା l ଗୁରୁବାରୀଙ୍କ ବେକକୁ ଏବଂ ମୁଣ୍ଡକୁ ଅତି ବିଭତ୍ସ ଭାବେ ଆଘାତ କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ତଦନ୍ତ ଓ ସାକ୍ଷୀ ପ୍ରମାଣକୁ ଭିତ୍ତି କରି FIRରେ ଥିବା ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ଥିଲା ପୋଲିସ l କେବଳ ସେତିକି ନୁହେଁ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ପାଖରେ ପୋଲିସ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ଯାହାକୁ ନେଇ ଗୁରୁବାରୀଙ୍କ ପରିବାର ଏବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନ୍ୟାୟ ଏବଂ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଛନ୍ତି l

ତେବେ ବିଳମ୍ବିତ ନ୍ୟାୟକୁ ନେଇ ସରକାରୀ ଓକିଲ ଅମୀୟ ପଟ୍ଟନାୟକ କହିଛନ୍ତି, ‘‘ଆଇନ ସମସ୍ତଙ୍କ ପାଇଁ ସମାନ । କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି । ଅଭିଯୁକ୍ତ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଫା ଅନୁସାରେ ଦଣ୍ଡ ଭୋଗିବେ ।’’ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details