ନୟାଗଡ଼ :ଆବାସ ଯୋଜନାରେ ହିତାଧିକାରୀଙ୍କ ନାଁକୁ ପ୍ରଥମେ ଯୋଡ଼ିଲେ ପରେ ନାଁକୁ କାଟି ଦେଲେ । ଫଳରେ ଅସନ୍ତୁଷ୍ଟ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ 4 ଘଣ୍ଟା ତାଲା ପକାଇ ଅଟକ ରଖିଲେ ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ରାକମା ପଞ୍ଚାୟତରେ ।
ରାକମା ପଞ୍ଚାୟତରେ ପୂର୍ବରୁ କରାଯାଇଥିବା ସର୍ଭେରେ ଅନେକ ହିତାଧିକାରୀଙ୍କ ନାଁ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ବାଦ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଏଠାରେ ଆବାସ ଯୋଜନାରେ ପକ୍କା ଗୃହ ପ୍ରଦାନ କରାଯାଇଛି । କିନ୍ତୁ ଯୋଗ୍ୟ ହିତାଧିକାରୀ ଲାଞ୍ଚ ଦେଇନପାରିବାରୁ ସେମାନଙ୍କ ନାଁକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି ।