ଓଡିଶା

odisha

ETV Bharat / state

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଏଡ ଛାତ୍ରସଂଘ - b.ed student strike on nayagarh collector house

ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବେକାରୀ ସିଟି, ବିଏଡ ଛାତ୍ରସଂଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

By

Published : Nov 6, 2019, 9:44 PM IST

ନୟାଗଡ: ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବେକାରୀ ସିଟି, ବିଏଡ ଛାତ୍ରସଂଘ। ନିଯୁକ୍ତି ପ୍ରଦାନ କରିବା ଛାତ୍ରସଂଘ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲା।


ଦୀର୍ଘ ଚାରି ବର୍ଷ ହେବ ନୟାଗଡ଼ ଜିଲ୍ଲାରେ କୌଣସି ଶିକ୍ଷକ ପଦବୀ ପୂରଣ ହୋଇନାହିଁ। ଏପଟେ ପ୍ରତିବର୍ଷ ଶହ ଶହ ସିଟି, ବିଏଡ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବେକାର ବଲୁଛନ୍ତି । ବୁଧବାର ଶତାଧିକ ଛାତ୍ରଛାତ୍ରୀ ନୟାଗଡ଼ ମହିଳା କଲେଜ ପାଖରୁ ଏକ ରାଲି କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି, ବୟସ ସୀମାରେ କୋହଳ କରାଯାଇ 32 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ କରାଯାଉ, ଅନ୍ୟ ଜିଲ୍ଲାରେ ନିଯୁକ୍ତି ବାହାରିଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ବାହାରି ନାହିଁ। ଖାଲିଥିବା ପଦବୀ ଗୁଡିକ ପୂରଣ କରାଯାଉ ବୋଲି ଛାତ୍ର ସଂଘ ଦାବି କରିଛି।

ଯଦି ଏହାକୁ ସରକାର ନ ମାନନ୍ତି, ତେବେ ଆଗାମୀ ଦିନରେ ଭୁବନେଶ୍ବର ସମେତ ସାରା ଓଡ଼ିଶାର ଛାତ୍ରଛାତ୍ରୀ ଏକାଠି ହୋଇ ଧାରଣାରେ ସାମିଲ ହେବେ ବୋଲି ସଂଘ କହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details