ନୟାଗଡ଼: ବହୁଚର୍ଚ୍ଚିତ ପରି ହତ୍ୟାକାଣ୍ଡ ମାମଲା l ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ନାବାଳକ ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଶୁକ୍ରବାର ଜାମିନ ଆବେଦନ କରାଯାଇଥିବା ସୂଚନା ମିଳିଛି l
ପୂର୍ବରୁ ଅଭିଯୁକ୍ତ ନାବାଳକକୁ ରିମାଣ୍ଡ ବେଳେ ଏସଆଇଟି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ଅଭିଯୁକ୍ତ ନାବାଳକ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଶେଷ ହୋଇ ରାୟ ସରଂକ୍ଷିତ ରହିଛି ।