ଓଡିଶା

odisha

ETV Bharat / state

ଗାଁକୁ କୋରୋନା ଡର, ଡେଙ୍ଗୁରା ପିଟି ସଚେତନ କଲେ ଗ୍ରାମବାସୀ

ଗାଁକୁ କୋରୋନା ଡର । ଡେଙ୍ଗୁରା ପିଟି ସଚେତନ କଲେ ଗ୍ରାମବାସୀ । ନୟାଗଡ ଢୋଲମରା ଗାଁ ଘଟଣା । ଅଧିକ ପଢନ୍ତୁ...

ଗାଁକୁ କୋରୋନା ଡର, ଡେଙ୍ଗୁରା ପିଟି ସଚେତନ କଲେ ଗ୍ରାମବାସୀ
ଗାଁକୁ କୋରୋନା ଡର, ଡେଙ୍ଗୁରା ପିଟି ସଚେତନ କଲେ ଗ୍ରାମବାସୀ

By

Published : Apr 5, 2020, 12:35 PM IST

ନୟାଗଡ: ଡରାଉଛି କୋରୋନା । ସହରରୁ ଗାଁ ସବୁଠି କୋରୋନା ଛନକା । ସ୍ଥିତି ଏପରି ହୋଇଛି ଯେ, ସହର ଛାଡି ଏବେ ଗାଁ ମୁହାଁ ଲୋକେ । ଫଳରେ ଗାଁ ପାଦ ମାଡି ନଥିବା ଭାଇରସ ଏବେ ଗ୍ରାମବାସୀଙ୍କ ନିଦ ହଜେଇଛି । ସେପଟେ ସଂକ୍ରମଣ ଭୟରେ ଗାଁରେ ଡେଙ୍ଗୁରା ପିଟିଲେ ନୟାଗଡର ଢୋଲମରା ଗ୍ରାମବାସୀ ।

ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା 21କୁ ବୃଦ୍ଧି ପାଇଛି । ଭୁବନେଶ୍ବରରୁ ବିଭିନ୍ନ ଆପଟମେଣ୍ଟରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ରାତି ଅଧିଆ ହଠାତ ଯୁବକମାନେ ଗାଁକୁ ଚାଲିଆସିଛନ୍ତି। ସଂକ୍ରମଣ ଭୟରେ ଗ୍ରାମବାସୀ ସେମାନଙ୍କୁ ଯେତେ ବୁଝା କରୁଥିବାବେଳେ, ଓଲଟା ସେମାନେ ଗାଳି ଗୁଲଜ କରୁଛନ୍ତି । ଫଳରେ ଗାଁରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି ।

ଯାହାକୁ ନଜରରେ ରଖି ଢୋଲମରା ପଞ୍ଚାୟତ ପକ୍ଷରୁ ଡେଙ୍ଗୁରା ଦିଆଯାଉଛି । ଯଦି କୌଣସି ବ୍ୟକ୍ତି ଗାଁକୁ ଆସେ ପ୍ରଥମେ ଗାଁ ସରପଞ୍ଚଙ୍କୁ ଜଣେଇ ମେଡିକାଲରେ ପରୀକ୍ଷା କରେଇବାକୁ ପଡିବ । ନଚେତ ଥାନାରେ ଖବର ଦେବା ସହ ଜରିମାନା ମଧ୍ୟ ପକାଯିବ ବୋଲି ଚେତାଇ ଦିଆଯାଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details