ନୟାଗଡ଼:ନୟାଗଡ଼ରେ 2 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗର କର୍ମଚାରୀ ଧନଞ୍ଜୟ ପାତ୍ର ଆକ୍ରମଣ ଘଟଣାକୁ 24 ଘଣ୍ଟା ବିତିଲାଣି । କିନ୍ତୁ ତାଙ୍କୁ ଏଯାବତ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ନୟାଗଡ଼ ସାମ୍ବାଦିକ ସଂଘ ଗତକାଲି ଠାରୁ ନୟାଗଡ଼ ଥାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ତେବେ ସେଥିରେ କୌଣସି ସୁଫଳ ନ ମିଳିବାରୁ ଆସନ୍ତାକାଲି ନୟାଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବେ ଶତାଧିକ ସାମ୍ବାଦିକ । ଏନେଇ ନିଷ୍ପତ୍ତି ହୋଇଥିବା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସୂଚନା ଦିଆଯାଇଛି ।
ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ସାମ୍ବାଦିକ ସଂଘ - nayagargh journalist association
ନୟାଗଡ଼ରେ 2 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗର କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ସାମ୍ବାଦିକ ସଂଘର ଚେତାବନୀ । ଆସନ୍ତାକାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ଜିଲ୍ଲା ସାମ୍ବାଦିକ ସଂଘ
ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ଜିଲ୍ଲା ସାମ୍ବାଦିକ ସଂଘ
ଯଦି ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ପରେ ମଧ୍ୟ ପ୍ରଶାସନ ନ ଚେତେ ଓ ସମ୍ପୃକ୍ତ ଅବକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ,ତାହାଲେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବ ଜିଲ୍ଲା ସାମ୍ବାଦିକ ସଂଘ । ନୟାଗଡ଼ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସରକାରୀ କର୍ମଚାରୀଙ୍କ ଏପରି ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଜୋର ଧରିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ