ଓଡିଶା

odisha

ETV Bharat / state

ରଣପୁର ବ୍ଲକରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସମାଲୋଚନା କଲେ ଦୁଇ ବିଧାୟକ

ନୟାଗଡ ରଣପୁରରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ସମାଲୋଚନା କଲେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ଅଧିକ ପଢନ୍ତୁ

By

Published : Jul 31, 2022, 7:23 PM IST

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କଲେ ଅରୁଣ ସାହୁ
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କଲେ ଅରୁଣ ସାହୁ

ନୟାଗଡ଼: ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ତୀବ୍ର ସମାଲୋଚନା କଲେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ଗତକାଲି(ଶନିବାର) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ରଣପୁର ବିଡ଼ିଓ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନିନ୍ଦା କରିଛନ୍ତି ଅରୁଣ ସାହୁ ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କଲେ ଅରୁଣ ସାହୁ

ବ୍ଲକରେ କେନ୍ଦ୍ରମନ୍ତ୍ରୀଙ୍କ ସରକାରୀ ସମୀକ୍ଷା ବୈଠକରେ ସ୍ଥାନୀୟ ବିଜେପି ନେତ୍ରୀ ତଥା ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହା ସଂଘୀୟ ବ୍ୟବସ୍ଥାର ବିରୋଧୀ କାର୍ଯ୍ୟ ବୋଲି ପ୍ରେସମିଟରେ ବିଧାୟକ ଅରୁଣ ସାହୁ କହିଛନ୍ତି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଏପରି ପୂର୍ବରୁ ମଧ୍ୟ ହୋଇଛି ବୋଲି ରଣପୁର ବିଧାୟକ କହିଛନ୍ତି । ତେବେ ଭବିଷ୍ୟତରେ ଏଭଳି ହେଲେ କେନ୍ଦ୍ର ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଉଭୟ ନେତା କହିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details