ନୟାଗଡ଼: ଜିଲ୍ଲାର ଦଶପଲ୍ଲାରେ ANM ଛାତ୍ରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି । ଏହାର ପ୍ରତିବାଦରେ ସିଡିଏମଓ (CDMO)ଙ୍କ ଦ୍ବାରସ୍ଥ ହୋଇଛନ୍ତି ଛଟେଇ ହୋଇଥିବା ଛାତ୍ରୀ । ଛାତ୍ରୀମାନେ ସିଡିଏମଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି ।
କୋରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଛାତ୍ରୀମାନେ ରୋଗୀଙ୍କ ସେବା କରିଥିଲେ । ଟୀକାକରଣରେ ସାମିଲ ହୋଇ ଏହାକୁ ତ୍ବରାନ୍ବିତ କରିଥିଲେ । ହେଲେ ସେମାନଙ୍କୁ ବିନା କାରଣରେ ଚାକିରୀରୁ ଛଟେଇ କରିଦିଆଯାଇଥିବା ଅଭିଯୋଗ ହୋଇଛି l ଦଶପଲ୍ଲା ଅଞ୍ଚଳର ଏକ ଆଉଟ ସୋରସିଂ ସଂସ୍ଥାକୁ ନିଯୁକ୍ତି ପ୍ରଦାନ ପାଇଁ ଦାୟିତ୍ବ ଦିଆଯାଇଛି ।