ନୟାଗଡ: ସବୁଜ ବନାନୀରେ ଭରପୁର ନୟାଗଡ ରାଜସୁନାଖଳାର 'କୋଟାଗଡ ଗୁମ୍ଫା' ବା 'ଅନନ୍ତ ଗୁମ୍ଫା' । ସକାଳୁ ସଞ୍ଜ ଯାଏଁ ଜନଗହଳି ଲାଗିଥାଏ l ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପ୍ରକୃତି କୋଳରେ ବିତେଇବାକୁ ଏଠାକୁ ଆସିଥାନ୍ତି । କାରଣ ପ୍ରକୃତି ସହ ଆମେ ଅଙ୍ଗାଅଙ୍ଗି ଭାବେ ଜଡିତ, ତେଣୁ କିଛି ସମୟ ଏକ ଶାନ୍ତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ବସିଲେ ଆମର ସମସ୍ତ ଥକ୍କାପଣ ମେଣ୍ଟିଥାଏ ।
ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କର ଏହା ଥିଲା ସାଧନା ପୀଠ l ଅନେକ ସାଧୁସନ୍ଥଙ୍କର ଏହା ମଧ୍ୟ ସାଧନା ସ୍ଥଳ l ମାଳିକାରେ କୋଟଗଡ ଗୁମ୍ଫା ସମ୍ପର୍କରେ ବର୍ଣ୍ଣନା ଥିବା ବୁଦ୍ଧିଜୀବୀ କୁହନ୍ତି l ଏହି ଗୁମ୍ଫା ଭିତରେ ବାବା ବୃନ୍ଦାବନ ଦାସ ଆଦି ଅନେକ ଠାକୁର ଠାକୁରାଣୀ ପୂଜା ପାଉଛନ୍ତି l ଏଠାରେ ମାନସିକ ରଖୁଥିବା ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି l ଯାହା କୌଣସି ପର୍ଯ୍ୟଟନସ୍ଥଳୀ ଠାରୁ କମ ନୁହଁ । ଦାନ ଅନୁଦାନରୁ ମିଳୁଥିବା ଟଙ୍କାରେ ମନ୍ଦିର ନିର୍ମାଣ ହେଇଛି l ଏହି ସ୍ଥାନର ମହାତ୍ମ୍ୟ ଅନେକ ରହିଥିବାବେଳେ, ଏହି ଗୁମ୍ଫା ଭିତରେ ଅନେକ ଦେବା ଦେବୀ ପୂଜା ପାଉଛନ୍ତି l କାର୍ତ୍ତିକ ପୂର୍ଣ୍ଣିମା ଏଠାରେ ଖୁବ ଧୁମଧାମରେ ପାଳନ ହୋଇଥାଏ l ହଜାର ହଜାର ଲୋକଙ୍କ ସମାଗମ ହୁଏ l ପାହାଡର ଶୀର୍ଷରେ ଠିଆ ହେଲେ ପରିବେଷ ବେଶ ମନମୁଗ୍ଧ କର ଥାଏ l ସବୁଜ ବନାନୀ ଆକର୍ଷିତ କରେ l ପିକନିକ ସ୍ପଟ ପାଇଁ ଏହା ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ଅଟେ l