ଓଡିଶା

odisha

ETV Bharat / state

ଜୀବନମରଣ ସହ ଲଢୁଛି ପ୍ରେମାନନ୍ଦ, ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ - ନୟାଗଡ଼ ଜିଲ୍ଲା ଓଡଗାଁ ଥାନା

ଜୀବନମରଣ ସହ ଲଢ଼େଇ କରୁଛନ୍ତି ବାପା, ମା ଛେଉଁଣ୍ଡ ପ୍ରେମାନନ୍ଦ । ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଲିଙ୍ଗରାଜ ପ୍ରସାଦ ଗୋଡିପଲ୍ଲୀ ଗ୍ରାମର । ଅଧିକ ପଢନ୍ତୁ...

An urgent request of financial assistance for a young man
ଜୀବନମରଣ ସହ ଲଢ଼େଇ କରୁଛନ୍ତି ପ୍ରେମାନନ୍ଦ, ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ

By

Published : Nov 21, 2020, 5:30 PM IST

ନୟାଗଡ଼: ଜୀବନମରଣ ସହ ଲଢ଼େଇ କରୁଛନ୍ତି ପ୍ରେମାନନ୍ଦ । ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଲିଙ୍ଗରାଜ ପ୍ରସାଦ ଗୋଡିପଲ୍ଲୀ ଗ୍ରାମର । ସେହି ଗ୍ରାମର ପ୍ରେମାନନ୍ଦ ନାୟକ ଗତ 16 ତାରିଖ ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇଟି ଯାକ ଗୋଡ ମଧ୍ୟ ଭାଙ୍ଗି ଯାଇଛି l ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି l

ଡାକ୍ତରଙ୍କ କହିବାନୁସାରେ ତାଙ୍କର ଦୁଇଟି ଯାକ ଗୋଡ଼ ଅସ୍ତ୍ରୋପଚାର କରାଯିବ l ଏଥିପାଇଁ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ l ମାତ୍ର ପ୍ରେମାନନ୍ଦଙ୍କ ପାଖେ ଏତେ ଟଙ୍କା ନାହିଁ l ସବୁଠୁ ଦୁଃଖର ବିଷୟ ଯେ, ପ୍ରେମାନନ୍ଦଙ୍କ ଦେଖାଶୁଣା କରିବା ପାଇଁ ଦୁନିଆରେ ତାଙ୍କ ବାପା, ମା, ଭାଇ ବୋଲି କେହି ନାହାଁନ୍ତି l ପରିବାର ବୋଲି କେବଳ ସାନ ଭଉଣୀ ଟିଏ l ପ୍ରେମାନନ୍ଦ ଜଣେ ନିରୀହ ମଣିଷ ଅଟନ୍ତି l ତେବେ ସରକାରୀ କିମ୍ବା ବେସରକାରୀ ସୂତ୍ରରୁ ସହାୟତା ମିଳିଲେ ପ୍ରେମାନନ୍ଦଙ୍କ ଅସ୍ତ୍ରୋପଚାର କରାଯାଇ ପରିବ l

ଏନେଇ ପ୍ରଶାସନ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି l ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ପାଇଁ ଚାହୁଁଛନ୍ତି, ତେବେ 7978033002 ନମ୍ବରରେ ଯୋଗାଯୋଗ କରିପାରିବେl

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details