ଓଡିଶା

odisha

ETV Bharat / state

ରଣପୁରରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ, ଖୁସି ଜାହିର କଲେ କ୍ରୀଡାବିତ - ରଣପୁରରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ

ରାଜ୍ୟରେ ନିର୍ମାଣ ଦେବାକୁ ଥିବା ୮୯ଟି ଇନଡୋର ଷ୍ଟାଡିୟମ ମଧ୍ୟରେ ନୟାଗଡ ଜିଲ୍ଲା ରଣପୁର ଏନଏସିରେ ଗୋଟିଏ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ଅଧିକ ପଢନ୍ତୁ...

ରଣପୁରରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ
ରଣପୁରରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ

By

Published : Aug 13, 2021, 12:55 PM IST

ନୟାଗଡ: କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ନିକଟରେ ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ଘୋଷଣା କରିବା ପରେ କ୍ରୀଡାରେ ଯୋଡି ହୋଇଛି ଏକ ସ୍ବର୍ଣ୍ଣିମ ଫର୍ଦ୍ଦ । ଘୋଷଣା ହୋଇଥିବା ଷ୍ଟାଡିୟମ ମଧ୍ୟରୁ ନୟାଗଡ ଜିଲ୍ଲା ରଣପୁର ଏନଏସିରେ ଗୋଟିଏ ଷ୍ଟାଡିୟମ ନିର୍ମାଣ ହେବ । ଏନେଇ କ୍ରୀଡାବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ରଣପୁରରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ

ଇନଡୋର ଷ୍ଟାଡିୟମ ନିର୍ମାଣ ହେଲେ କ୍ରୀଡା ପ୍ରତି ଆଗ୍ରହୀ ଥିବା ପିଲାମାନେ ଏଠାରେ ଆଭ୍ୟାସ କରିପାରିବେ । ଓଡିଶା ମାଟିରୁ ବିଭିନ୍ନ ଖେଳରେ ଜାତୀୟ ସ୍ତରରେ ଖେଳାଳି ବାହାରିବେ । ସରକାରଙ୍କ ଏହି ନିଷ୍ପତ୍ତିରେ କ୍ରୀଡାପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ସହରରୁ ବାହାରି ବାଘସାନ୍ତ ପଡିଆରେ ପହଞ୍ଚିଥିଲା l ସେଠାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ କ୍ରୀଡାବିତ ମାନଙ୍କୁ କ୍ରୀଡା ସମ୍ପର୍କରେ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଯୁଗାନ୍ତକାରି ପଦେକ୍ଷପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରଣପୁର ଅଞ୍ଚଳର ଶତାଧିକ କ୍ରୀଡ଼ାବିତ, ବୃଦ୍ଧିଜୀବୀ, ବିଜେଡି ଯୁବଛାତ୍ର ନେତୃବୃନ୍ଦ, ସମାଜସେବି ଲିଙ୍ଗରାଜ ନାୟକ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ଜିଲ୍ଲା ସମ୍ପାଦକ ସଚିକାନ୍ତ ଷଡ଼ଙ୍ଗୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details