ନୟାଗଡ଼: ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ଗଲେ ରୋଗୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟୁଗାଡୁ ଗାଁରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲାରେ ଆଜି ବି ଅନେକ ଗାଁରେ ରାସ୍ତା ନଥିବାରୁ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଲୋକେ l ଯାହାର ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ମିଟୁଗାଡୁ ଗାଁରେ।
ଏହି ଗାଁକୁ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ନଥିବାରୁ ଜଣେ ଗୁରୁତର ଅସୁସ୍ଥ ହୋଇପଡିଥିବା ରୋଗୀଙ୍କୁ ମେଡିକାଲ ନେବାପାଇଁ ଦୁଇ କିମି ଖଟିଆରେ ବୋହିବାକୁ ପଡ଼ିଥିଲା। ସ୍ଥାନୀୟ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ଭାରରେ ବୋହୁଥିବାର ଚିତ୍ର ସାମ୍ନାକୁ ଆସିଛି l ଯାହାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିବା ସହ ଗାଁକୁ ଖୁବଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ।