ନୟାଗଡ଼:ପୁଣି ଖାକିରେ ଲାଗିଲା କଳଙ୍କ । କାରଣ ଏଠାରେ ଖୋଦ ପୋଲିସ ବାବୁ ସାଜିଛନ୍ତି ବ୍ରାଉନସୁଗାର ବେପାରୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ଆସିଛି । ଖାକି ପୋଷାକରେ ଥାଇ ସେ ଦଶପଲ୍ଲା ଅଞ୍ଚଳରେ କରୁଛନ୍ତି ଧଳାଜହର କାରବାର ।
ଗୋଟିଏ ପକ୍ଷେ ଜିଲ୍ଲାରେ ବ୍ରାଉନସୁଗାର ରାକେଟକୁ ନେଇ ପୋଲିସ ପକ୍ଷରୁ ସ୍ପେଶିଆଲ ସ୍କ୍ବାର୍ଡ ଗଠନ ହୋଇଥିବା ବେଳେ ଖୋଦ ପୋଲିସ ବିଭାଗ କର୍ମଚାରୀ ଖାକି ବର୍ଦ୍ଦିରେ ବ୍ରାଉନସୁଗାର ବେପାର କରୁଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ନୟାଗଡ଼ ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ରଞ୍ଜିତ ରଥ ଖାକି ବର୍ଦ୍ଦି ଆଢୁଆଳରେ ବ୍ରାଉନ ସୁଗାର କାରବାର ଚଳାଉଛନ୍ତି ।