ନୟାଗଡ଼:ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଲୋଧାଚୁଆ-ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା । ଏହି ରାସ୍ତାରେ ବିଳମ୍ବ ହୋଇଥିବା ଲୋକମାନେ ଅଭିଯୋଗ କରିଥିବା ବେଳେ ଧୂଳି ଉଡୁଥିବାରୁ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
ରାସ୍ତା କାମରେ ସମ୍ପୃକ୍ତ ଠିକାଦାର ବିଳମ୍ବ କରୁଥିବା ବେଳେ ରାସ୍ତାରେ କେବଳ ମାଟି ପଡିଥିବାରୁ ଧୂଳି ଉଡୁଛି । ଯାହାଦ୍ବାରା ଲୋକମାନେ ଗମନା ଗମନ କରିବା ସମୟରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତା କାମ କରିବାକୁ କିଛି ଦିନ ପୂର୍ବରୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ତାରିଆଠାରେ ଶିଳାନ୍ୟାସ କରି ଉଦଘାଟନ କରିଥିଲେ । ତେବେ ଏହି ଉଦଘାଟନୀ ସମୟରେ ତୁରନ୍ତ ରାସ୍ତା କାମ ସଠିକ ଭାବେ ଶେଷ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା ।