ଓଡିଶା

odisha

ETV Bharat / state

ଜୋର ଧରିଲା ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି - ଜୋର ଧରିଲା ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ନୟାଗଡ଼ରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି । ଏହି ଦାବି ନେଇ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ହୋଟେଲ ନୀଳମାଧବ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଜୋର ଧରିଲା ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି
ଜୋର ଧରିଲା ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

By

Published : May 30, 2022, 9:34 PM IST

ନୟାଗଡ଼: ନୟାଗଡ଼ରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି । ଏହି ଦାବି ନେଇ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ହୋଟେଲ ନୀଳମାଧବ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ରେ ଯୁକ୍ତ ୨ ବିଜ୍ଞାନରେ ଲଗାତାର ଭାବେ ପାସ ହାର ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ସର୍ବାଧିକ ହୋଇଥିବାବେଳେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାର କୌଣସି ସୁଯୋଗ ନାହିଁ ।

ସେହିପରି ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବାବେଳେ ସରକାର ଏହି ସବୁକୁ ଦୃଷ୍ଟିରେ ରଖି ନୟାଗଡ଼ରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ନୟାଗଡ଼ ବିକାଶ ମଞ୍ଚ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ଏହି ସର୍ବଦଳୀୟ ବୈଠକରେ ସମାଜସେବୀ ଦାମୋଦର ସାହୁ, ସେବା ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ, କଂଗ୍ରେସ ନେତା ମନୋଜ ସାହୁ, ମୈତ୍ରୀ ଯୁବ ସଂସଦର ପ୍ରଦୀପ ସାହୁ, ନୟାଗଡ଼ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବୈଦ୍ୟଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details