ଓଡିଶା

odisha

By

Published : Mar 22, 2021, 7:25 PM IST

ETV Bharat / state

ଆଶାକର୍ମୀଙ୍କୁ ମିଳୁନି ପ୍ରାପ୍ୟ, ଆନ୍ଦୋଳନ ଚେତାବନୀ

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଆଶାକର୍ମୀଙ୍କୁ ବିଭିନ୍ନ କ୍ଷେତ୍ରରୁ ଏପର୍ଯ୍ୟନ୍ତ ପ୍ରାପ୍ୟ ମିଳିନଥିବା ଅଭିଯୋଗ ଓ ଅନ୍ୟାନ୍ୟ ଦାବି ନେଇ ଆଶାକର୍ମୀଙ୍କ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ....

ଆଶାକର୍ମୀଙ୍କୁ ମିଳୁନି ପ୍ରାପ୍ୟ, ଆନ୍ଦୋଳନ ଚେତାବନୀ
ଆଶାକର୍ମୀଙ୍କୁ ମିଳୁନି ପ୍ରାପ୍ୟ, ଆନ୍ଦୋଳନ ଚେତାବନୀ

ନୟାଗଡ଼: ଗଣିଆ ବ୍ଲକର ଆଶାକର୍ମୀଙ୍କୁ ବିଭିନ୍ନ କ୍ଷେତ୍ରରୁ ଏପର୍ଯ୍ୟନ୍ତ ପ୍ରାପ୍ୟ ଦିଆଯାଇନାହିଁ l ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଵଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ଏହାର ପ୍ରତିବାଦରେ ଗଣିଆସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l

ଆଶାକର୍ମୀଙ୍କୁ ମିଳୁନି ପ୍ରାପ୍ୟ, ଆନ୍ଦୋଳନ ଚେତାବନୀ

21000 ଟଙ୍କା ମାସିକ ଦରମା, ସାମାଜିକ ସୁରକ୍ଷା ଦେବା, ମାସିକ ପେନସନ 10ହଜ଼ାର ଟଙ୍କା, ଅଵସରକାଳୀନ ସହାୟତା 5ଲକ୍ଷ ଟଙ୍କା, କରୋନା ଯୋଦ୍ଧା ଆଶାକର୍ମୀଙ୍କୁ 50ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା ସହ ମାସିକ ଦରମା 3500ଟଙ୍କା ଠିକ ସମୟରେ ପ୍ରଦାନ କରିବା ଇତ୍ୟାଦି ଦାବି କରିଥିଲେ ଆଶାକର୍ମୀ । ଏହି ପ୍ରତିବାଦ ସଭାରେ ଗଣିଆ ବ୍ଲକର ବହୁ ଆଶାକର୍ମୀ ଯୋଗଦେଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details