ନୟାଗଡ: ବିଳମ୍ବିତ ରାତିରେ ନୟାଗଡ ନାରାୟଣୀ ମନ୍ଦିରରୁ ଚୋରି ହୋଇଛି । କିଛି ଦୁବୃର୍ତ୍ତ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିର କମିଟି ପକ୍ଷରୁ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନାରାୟଣୀ ମନ୍ଦିରରୁ ବାରମ୍ବାର ଚୋରି, ସ୍ଥାଣୁ ପାଲଟିଛି ପୋଲିସ - ନୟାଗଡ ନାରାୟଣୀ ମନ୍ଦିରରୁ ଚୋରି
ବିଳମ୍ବିତ ରାତିରେ ନୟାଗଡ ନାରାୟଣୀ ମନ୍ଦିରରୁ ଚୋରି ହୋଇଛି । କିଛି ଦୁବୃର୍ତ୍ତ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
Theft from the Narayan temple: ବାରମ୍ବାର ଚୋରି ସତ୍ତ୍ବେ ପୋଲିସ ନୀରବ
ଅଭିଯୋଗ ଅନୁଯାୟୀ କୋରୋନା ପାଇଁ ଗତ ଦୁଇ ବର୍ଷ ହେଲା ମନ୍ଦିର ହୁଣ୍ଡି ଖୋଲା ହୋଇନଥିବାବେଳେ ଏହାର ସୁଯୋଗ ନେଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ଗ୍ରୀଲ ଓ କବାଟର ଲକ କାଟି ଦୁଇଟି ହୁଣ୍ଡି ଭାଙ୍ଗି ସେଥିରୁ ଭକ୍ତଙ୍କ ଦାନ ଟଙ୍କାଙ୍କୁ ଲୁଟ କରିନେଇଥିବା ଅଭିଯୋଗ ହୋଇଛି । 4 ବର୍ଷ ମଧ୍ୟରେ ନାରାୟଣୀ ମନ୍ଦିରରୁ ବାରମ୍ବାର ଲୁଟ ହେଉଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନେକ ଥର ଚୋରି ହେଉଥିଲେ ମଧ୍ୟ ପୋଲିସ ନୀରବ ରହୁଛି, ଯାହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Nov 27, 2021, 9:16 PM IST