ନୟାଗଡ଼:ନୟାଗଡରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ପରେ ପୀଡିତାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଲେ ଅଭିଯୁକ୍ତଙ୍କ ପରିବାର l ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ହିଞ୍ଜିଳି ଗ୍ରାମରେ ।
ସୂଚନାଅନୁସାରେ, ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ୧୪ ବର୍ଷୀୟ ନାବାଳିକା ସହ ସେହି ଗ୍ରାମର ବାବୁ ପରିଡା ତିନିମାସ ତଳେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ l ନାବାଳିକା ଜଣଙ୍କ ଅନ୍ତଃସତ୍ତ୍ୱା ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା l ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଏବଂ ୱାର୍ଡ ମେମ୍ବରକୁ ଜଣାଇଥିଲେ କିନ୍ତୁ କୌଣସି ସମାଧାନ ନ ହେବାରୁ ଗତକାଲି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।