ଓଡିଶା

odisha

ETV Bharat / state

କଙ୍ଗାରୁକୋର୍ଟ ସଜ୍ଜା ସହି ନପାରି ଆତ୍ମହତ୍ୟା ଘଟଣା; ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି - sunanda behera suicide

କଙ୍ଗାରୁ କୋର୍ଟର ଦଣ୍ଡ ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଘଟଣା । ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ମୃତକଙ୍କ ପତ୍ନୀ । ମାମଲାରେ ତଦନ୍ତ ଚାଲୁଥିବା କହିଲେ ଏସପି । ଅଧିକ ପଢନ୍ତୁ...

କଙ୍ଗାରୁକୋର୍ଟ
କଙ୍ଗାରୁକୋର୍ଟ ସଜ୍ଜା ସହି ନପାରି ଆତ୍ମହତ୍ୟା ଘଟଣା; ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

By

Published : Nov 14, 2021, 12:24 PM IST

ନୟାଗଡ:କଙ୍ଗାରୁ କୋର୍ଟର ଦଣ୍ଡ ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ଇତି ମଧ୍ୟରେ ସପ୍ତାହେ ବିତିଗଲାଣି । ହେଲେ ଏବେ ଯାଏଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ପୋଲିସ ଗାଁ ସଭାପତିଙ୍କୁ ଗିରଫ କରିଛି l କିନ୍ତୁ ଯେଉଁ ଡାକ୍ତରଙ୍କ ଯୋଗୁଁ ଏତେ କାଣ୍ଡ ଘଟିଛି ତାଙ୍କ ଵିରୋଧରେ ଏଯାବତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ l ତେଣୁ ଯଥାଶୀଘ୍ର ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପତ୍ନୀ ।

ଏନେଇ ନୟାଗଡ ଏସପି କହିଛନ୍ତି, ବର୍ତ୍ତମାନ ମାମଲାରେ ତଦନ୍ତ ଚାଲିଛି ଏବଂ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ଅପରପକ୍ଷେ ସେଭଳି ଅଭିଯୋଗ ମୋ ପାଖକୁ ଆସିନାହିଁ l ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ l ମୁଁ ଏହି ଘଟଣା ବିଷୟରେ ଜାଣିବାକୁ ତଦନ୍ତ କରୁଛି ବୋଲି ଗଣମାଧ୍ୟମକୁ କହିଛନ୍ତି ନୟାଗଡ ସିଡିଏମ ଶକ୍ତି ପ୍ରସାଦ ମିଶ୍ର l

କଙ୍ଗାରୁକୋର୍ଟ ସଜ୍ଜା ସହି ନପାରି ଆତ୍ମହତ୍ୟା ଘଟଣା; ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଅଭିଯୋଗ ଅନୁସାରେ, ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ମେଡିକାଲର ଅବ୍ୟବସ୍ଥା ନେଇ ଡାକ୍ତରଙ୍କୁ ଫୋନ ଯୋଗେ ଗାଳିଗୁଲଜ କରିଥିଲେ । ଏନେଇ ସମ୍ପୃକ୍ତ ଡାକ୍ତର ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିବା ପରେ ସୁନନ୍ଦଙ୍କୁ 10 ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା ।

ସେହି ଅନୁସାରେ ସୁନନ୍ଦ କଙ୍ଗାରୁ କୋର୍ଟରେ 8 ହଜାର 500 ଟଙ୍କା ଜୋରିମାନା ଦେବା ସହ ଡାକ୍ତରଙ୍କ ଗୋଡ ଧରି ଭୁଲ ମାଗିଥିଲେ । ମାତ୍ର ସର୍ବସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ପୁଣିଥରେ ଭୁଲ ମାଗିବାକୁ କୁହାଯାଇଥିଲା । ଏହାକୁ ସହି ନପାରି ସୁନନ୍ଦ ଗତ ରବିବାର ଆତ୍ମହତ୍ୟା କରିଥିଲେ । ଏନେଇ ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କେବଳ ଗାଁ ସଭାପତି ଭାଗବତ ଭୂୟାଁ ଗିରଫ ହୋଇଛନ୍ତି l

ନୟଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details