ନୟାଗଡ଼:ଆଦିବାସୀ ଅଞ୍ଚଳର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ସାଂସଦ ଏବଂ ବିଧାୟକ । ଦଶପଲ୍ଲା ବ୍ଲକ ନିକଟସ୍ଥ କୁଆଁରିଆ ବଙ୍ଗଳା ଠାରେ ନବ ନିର୍ବାଚିତ ପ୍ରତିନଧିଙ୍କୁ ଆଦିବାସୀ ଅଞ୍ଚଳର କିପରି ବିକାଶ ହୋଇ ପାରିବ ସେନେଇ ମତ ରଖିଛନ୍ତି କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା ।
ନବ ନିର୍ବାଚିତ ପ୍ରତିନିଧି ମାନେ ଚାହିଁଲେ ଦଶପଲ୍ଲା ଅଞ୍ଚଳର ଅନେକ ବିକାଶ ହୋଇପାରିବ । ସମସ୍ତ ସରକାରୀ ଯୋଜନା ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚିଲେ ଲୋକେ ଏହାର ଲାଭ ପାଇପାରିବେ l ତେଣୁ ସମସ୍ତ ପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ସାଂସଦ ଏବଂ ବିଧାୟକ । ଏଥିସହ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।