ନୟାଗଡ଼: ପ୍ରେମିକ ଘରୁ ମିଳିଲା ପ୍ରେମିକାର ମୃତଦେହ । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସିକ୍ରୀଡା ପଞ୍ଚାୟତ ଅଧୀନ ଚାଚେରା ପଲ୍ଲୀ ଗ୍ରାମର ଜଣେ ପ୍ରେମିକର ଘରେ ପ୍ରେମିକାର ମୃତଦେହ ଉଦ୍ଧାର । ଏହି ଖବର ଜାଣିବା ପରେ ଝିଅର ମା ଗୋଲାପ ବେହେରା ନୂଆଗାଁ ଥାନାରେ ଲିଖିତ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି l
ଚାଚରା ପଲ୍ଲୀ ଗ୍ରାମର ବାଜି ବେହେରାଙ୍କ ପୁଅ ହାଡିବନ୍ଧୁ ବେହେରା (୨୫)ଙ୍କ ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ବିବାହ କରିବାର ପ୍ରତିଶୃତି ଦେଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି l
ଉଭୟଙ୍କ ସମ୍ପର୍କ କଥା ଗାଁରେ ପ୍ରଘଟ ହେବାପରେ ଗାଁ ସଭା ନିଷ୍ପତି ଅନୁସାରେ ଉଭୟ ବିବାହ କରିଥାନ୍ତେ l କିନ୍ତୁ ପ୍ରେମିକ ହାଡି ବନ୍ଧୁ ଏଥିରେ ରାଜି ହୋଇନଥିଲା l ଫଳରେ 2019 ମସିହାରେ ନାବାଳିକା ଜଣକ ନୂଆଗାଁ ଥାନାରେ ଅଭିଯୋଗ କରିବାରୁ ପ୍ରେମିକ ହାଡିବନ୍ଧୁ ବେହେରାଙ୍କୁ ଜେଲ ଯିବାକୁ ପଡିଥିଲା l