ଓଡିଶା

odisha

ETV Bharat / state

200 ଲୋକଙ୍କ ଭୋକିଲା ପେଟ କଥା ବୁଝୁଛି ସାମାଜିକ ସଂଗଠନ - ରନ୍ଧା ଖାଦ୍ୟ ବଣ୍ଟନ

ଅସହାୟ ଲୋକଙ୍କ ଅନ୍ନଦାତା ସାଜିଛି ସ୍ବେଚ୍ଛାସେବୀ ସଂଗଠନ ରେଡକ୍ରସ ଫୋରମ l ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପ୍ରତିଦିନ ଭିକ୍ଷୁକ, ଅସହାୟ ଓ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କରୁଛି ବଣ୍ଟନ । ଅଧିକ ପଢନ୍ତୁ

200 ଲୋକଙ୍କ ଭୋକିଲା ପେଟ କଥା ବୁଝୁଛି ସାମାଜିକ ସଂଗଠନ
200 ଲୋକଙ୍କ ଭୋକିଲା ପେଟ କଥା ବୁଝୁଛି ସାମାଜିକ ସଂଗଠନ

By

Published : Nov 15, 2021, 7:26 PM IST

ନୟାଗଡ :ଏମିତି ବି ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ କର୍ମମୟ ଜୀବନ ଭିତରୁ ସମୟ ବାହାର କରି ସମାଜସେବା ପାଇଁ ଆଗେଇ ଆସିଥାନ୍ତି l ସେମିତି ଏକ ସଂଗଠନ ହେଉଛି ନୟାଗଡ଼ର ସ୍ବେଚ୍ଛାସେବୀ ସଂଗଠନ ରେଡକ୍ରସ ଫୋରମ l ବିନା କାହାର ସହାୟତାରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପ୍ରତିଦିନ ଭିକ୍ଷୁକ, ଅସହାୟ ଓ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବଣ୍ଟନ କରୁଛନ୍ତି l ସଂଗଠନର ଏଭଳି ନିଆରା ଉଦ୍ୟମଙ୍କୁ ପ୍ରସଂଶା କରିଛନ୍ତି ନୟାଗଡ ବାସିନ୍ଦା ।

200 ଲୋକଙ୍କ ଭୋକିଲା ପେଟ କଥା ବୁଝୁଛି ସାମାଜିକ ସଂଗଠନ

ଭୋକିଲା ପେଟକୁ ଆହାର ତାହା ପୁଣି ବିନା କାହାର ସହାୟତାରେ । କର୍ମମୟ ଜୀବନ ଭିତରୁ ସମୟ ବାହାର କରି ସଂଗଠନର ପରିଚାଳକ ବିଭୂତି ପଟ୍ଟନାୟକ ,ସନ୍ତୋଷ କୁମାର ଷଡ଼ଙ୍ଗୀ, ମାନସ ମହାପାତ୍ର, ପ୍ରତାପ ରଣସିଂହ ଓ ଅନ୍ୟ 3 ସଦସ୍ୟ ଘରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରନ୍ତି । ପ୍ରତିଦିନ 200ରୁ ଊର୍ଦ୍ଧ୍ବ ଅସହାୟ ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ ମଧ୍ୟ କରନ୍ତି ।

ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସଂଗଠନର ସଦସ୍ୟମାନେ ନିଜର ରୋଜଗାରରୁ କିଛି ଅର୍ଥ ବାହାର କରି ଦେଇଥାନ୍ତି । ଆଉ ସେହି ଟଙ୍କାରେ ପ୍ରସ୍ତୁତ ହୁଏ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଭାତ ଡାଲମା ଓ ଖଟା । ରନ୍ଧା ଖାଦ୍ୟକୁ ବାଇକ ଯୋଗେ ସଂଗଠନର ସଦସ୍ୟମାନେ ସହରର ବିଭିନ୍ନ ଗଳିକନ୍ଦି ବୁଲି ବୁଲି ଅସହାୟ ଲୋକଙ୍କୁ ବଣ୍ଟନ କରିଥାନ୍ତି । ଏପରି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details