ଓଡିଶା

odisha

ETV Bharat / state

ଏକାଠି ହେଲେ ଶୈବ ପୂଜକ: ଦାବି ନ ଶୁଣିଲେ ଆନ୍ଦୋଳନ, ସରକାରଙ୍କୁ ଦେଲେ ଚେତାବନୀ - ଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ

ଶୈବ ପୂଜକଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ l ପୂଜକମାନେ ଉପସ୍ଥାପନ କଲେ ବିଭିନ୍ନ ଦାବି । ଅଧିକ ପଢନ୍ତ...

ଏକାଠି ହେଲେ ଶୈବ ପୂଜକ ; ଦାବି ନ ଶୁଣିଲେ ଆନ୍ଦୋଳନ ସରକାରଙ୍କୁ ଦେଲେ ଚେତାବନୀ
ଏକାଠି ହେଲେ ଶୈବ ପୂଜକ ; ଦାବି ନ ଶୁଣିଲେ ଆନ୍ଦୋଳନ ସରକାରଙ୍କୁ ଦେଲେ ଚେତାବନୀ

By

Published : Sep 9, 2021, 9:55 PM IST

ନୟାଗଡ : ଜିଲ୍ଲା ରାଜସୁନାଖଳା ମାର୍କେଟ କମ୍ଲେକ୍ସ ଠାରେ ଶୈବ ପୂଜକଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି l ଜଗନ୍ନାଥଙ୍କ ସେବାୟତଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ସହ ଅନୁକମ୍ପା ରାଶି ଯୋଗାଇ ଦେଇଛନ୍ତି l ଏପରିକି ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ପାଉଣା ସହ ସେମାନଙ୍କ ପିଲାମାନେ ପଢିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବିଦ୍ୟାଳୟ ଯୋଗାଇ ଦିଆଯାଇଛି l ମାତ୍ର ଦଶନ୍ଧି ଦଶନ୍ଧି ଧରି ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛନ୍ତି ରାଜ୍ୟର ଶୈବ ପୂଜକ l ଗାଁ ଗହଳି ଠାରୁ ଆରମ୍ଭ କରି ପ୍ରସିଦ୍ଧ ଶୈବ କ୍ଷେତ୍ରର ସେବାୟତ ମାନେ ମହାମାରୀ ସମୟରେ ବହୁ ସମସ୍ୟା ଭୋଗିଛନ୍ତି l ମାତ୍ର ସେମାନଙ୍କ ପାଇଁ ସରକାର କୌଣସି ଯୋଜନା କରି ନାହାନ୍ତି l

ଏକାଠି ହେଲେ ଶୈବ ପୂଜକ ; ଦାବି ନ ଶୁଣିଲେ ଆନ୍ଦୋଳନ ସରକାରଙ୍କୁ ଦେଲେ ଚେତାବନୀ

ଏପରିକି ଆଜି ପର୍ଯ୍ୟନ୍ତ ଶୈବ ପୂଜକ ମାନଙ୍କ ଚି଼ହ୍ନଟ କିମ୍ବା ଗଣନା କରିବାକୁ ସରକାର ଆନ୍ତରିକତା ଦେଖାଇ ନାହାନ୍ତି l ଯାହାଫଳରେ ଆଜି ଏକାଠି ହୋଇଛନ୍ତି ରାଜ୍ୟର ସମସ୍ତ ଶୈବ ପୂଜକ l ସରକାରଙ୍କ ବିରୋଧରେ ରଣହୁଙ୍କାର ପାଇଁ ଗଢିଛନ୍ତି ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ନାମରେ ରାଜ୍ୟ ସ୍ତରୀୟ ସଂଗଠନ l ଏନେଇ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଏବଂ ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l

ସରକାରଙ୍କୁ ଶିବ ଶକ୍ତି ପୂଜକ ମାନଙ୍କ ଦାବିକୁ ଜଣାଇବା ସହ ଅଣଦେଖା ହେଲେ ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି l ରାଜ୍ୟର ପ୍ରତିଟି ଜିଲ୍ଲାର ଶିବଶକ୍ତି ପୂଜକମାନେ ଏକାଠି ହୋଇ ଏଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି l କେବଳ ସେତିକି ନୁହେଁ ଶୈବ ବିପ୍ରମାନେ ବୈଦିକ କର୍ମକାଣ୍ଡ ସହିତ ପରମ ଶୈବ ଆଦି ଶଙ୍କରାଚାର୍ଯ୍ୟଙ୍କ ବାଣୀ ଏବଂ ସଂସ୍କୃତିକୁ ସମଗ୍ର ଭାରତରେ ଉଜ୍ଜୀବିତ କରିବା ପାଇଁ ବୈଠକରେ ଆହ୍ୱାନ କରାଯାଇଛି l ସେପଟେ ଏହି ସମ୍ମିଳନୀରେ ବିରୋଧୀ କଂଗ୍ରେସ ଏବଂ ବିଜେପି ଶିବ ପୂଜକଙ୍କ ଦାବି ସହ ସ୍ୱର ମିଳାଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details