ଓଡିଶା

odisha

ETV Bharat / state

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଭଜନ ନିର୍ଦ୍ଦେଶକ ବସନ୍ତ ମିଶ୍ର - ଓଡ଼ିଆ ଭଜନ ନିର୍ଦେଶକ ବସନ୍ତ ମିଶ୍ର

ଜଣେ ଓଡ଼ିଆ ନିର୍ଦ୍ଦେଶକ ଭାବେ ଏକ ହିନ୍ଦୀ ଜଗନ୍ନାଥ ଭଜନରେ ନିର୍ଦ୍ଦେଶନା ଦେଇ ବେଶ ଚର୍ଚ୍ଚାରେ ଅଛନ୍ତି ପ୍ରଖ୍ୟାତ ଭଜନ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ ମିଶ୍ର l ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଭଜନ ନିର୍ଦେଶକ ବସନ୍ତ ମିଶ୍ର
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଭଜନ ନିର୍ଦେଶକ ବସନ୍ତ ମିଶ୍ର

By

Published : Nov 19, 2020, 3:58 PM IST

ନୟାଗଡ଼: ହିନ୍ଦୀ ଜଗନ୍ନାଥ ଭଜନରେ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଓଡିଆ ପ୍ରଖ୍ୟାତ ଭଜନ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ ମିଶ୍ର । ଏ କ୍ଷେତ୍ରରେ ସେ ପ୍ରଥମ ବୋଲି କେହି କେହି କୁହନ୍ତି l ବସନ୍ତ ମିଶ୍ର ଓଡ଼ିଶାର ଜଣେ ଆଗ ଧାଡ଼ିର ଭଜନ ସଂଗୀତ ନିର୍ଦ୍ଦେଶକ ଭାବେ ପରିଚିତ । ଡ଼ଃ. ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ପ୍ରଯୋଜିତ ଏବଂ ଲିଖିତ ହିନ୍ଦୀ ଭଜନ "ହେ କୃପାସାଗର" କୁ ସେ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଖ୍ୟାତ ଗଜଲ ଗାୟକ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଏହାକୁ ଗାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ସ୍ତରରେ ସେ ଚମକିବା ପରେ ଓଡିଶା ସର୍ବେପରି ନୟାଗଡ଼ ପାଇଁ ଗର୍ବ ଏବଂ ଗୌରବ ପାଲଟିଛନ୍ତି ସେ l ଆଉ ନିଜ ସଫଳତାର ସମସ୍ତ ଶେୟ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଇଛନ୍ତି । ତାଙ୍କରି କୃପାରୁ ସେ ଆଜି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି ।

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଭଜନ ନିର୍ଦେଶକ ବସନ୍ତ ମିଶ୍ର(

ଆମେରିକାରେ ବେଶ ଆଦୃତ ଲାଭ କରିଥିବା "ତତେ ଭଲପାଉରେ କାଳିଆ" ଭଜନର ୬ ଟି ଗୀତର ନିର୍ଦ୍ଦେଶନା ଦେଇଥିବା ଦୁଇଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ବସନ୍ତ ମିଶ୍ର ହେଉଛନ୍ତି ଜଣେ । ଏପରିକି ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜ ମଧ୍ୟ ତାଙ୍କ ନିର୍ଦ୍ଦେଶିତ ବହୁ ଭଜନ ଗାଇଛନ୍ତି । ବିଭିନ୍ନ ଟିଭିର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସଂଗୀତ ପରିବେଷଣ କରି ବେଶ ସୁନାମ ଅର୍ଜନ କରିଛନ୍ତି । ଖାଲି ସେ ନୁହଁନ୍ତି ତାଙ୍କ ଭାଇ ଶ୍ବେତ ମିଶ୍ର ମଧ୍ୟ ବେଶ ଚର୍ଚ୍ଚିତ ଚେହେରା । ଜଣେ ସଂଗୀତ ଗୁରୁ, ପ୍ରସିଦ୍ଧ ପ୍ଲେ ବ୍ୟାକ କି ବୋର୍ଡ ପ୍ଲେୟାର, ଏବଂ କଣ୍ଠଶିଳ୍ପୀ ଭାବରେ ସେ ଖୁବ ଜଣାଶୁଣା । ଓଡ଼ିଶାରେ ସେ ବି ଖୁବ ନାଁ କମାଇଛନ୍ତି l ପାଖାପାଖି 10 ରୁ ଅଧିକ ଗୀତରେ ସେ କଣ୍ଠ ଦାନ କରିଛନ୍ତି l ଓଡ଼ିଶାର ଆଗଧାଡ଼ିର ଆଧ୍ୟାତ୍ମିକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ପ୍ଲେବ୍ୟାକ କିବୋର୍ଡ଼ ପ୍ଲେୟାର ଭାବରେ ରାଜ୍ୟରେ ବେଶ ସୁପରିଚିତ । ନୟାଗଡ଼ର ବହୁ ଯାତ୍ରାମଞ୍ଚ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ହୋଇ ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି । ଅନେକ ମାନପତ୍ର ଓ ପ୍ରଶଂସା ପାଇଛନ୍ତି । ଦୁଇଭାଇ ନିଜର ଗୋଟିଏ ଭଜନ ଗ୍ରୁପ କରି ଅଞ୍ଚଳରେ ବେଶ ଖ୍ୟାତି ହେବା ପରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ଉଭୟେ ଭୁବନେଶ୍ବର ସଂଗୀତ ମହାବିଦ୍ୟାଳୟରେ ସଂଗୀତ ଶିକ୍ଷା ଲାଭ କରି ସାରିବା ପରେ ଆଉ ପଛକୁ ଫେରି ନାହାଁନ୍ତି ।

ସଂଗୀତ ଜୀବନର ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ତରଫରୁ "ଚିଲିକା ବଞ୍ଚାଓ " କାର୍ଯ୍ୟକ୍ରମରେ ଦିଲ୍ଲୀରେ ନିଜ ମ୍ୟୁଜିକର ଯାଦୁ ପ୍ରଦର୍ଶନ କରିଥିଲେ । ବଡ଼ ଭାଇ ବସନ୍ତ ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଗାଇଥିବା ବହୁ ଚର୍ଚ୍ଚିତ ଭଜନ ଗୁଡିକ ମଧ୍ୟରେ "ଜୀବ ଦିନେ ଶବ ପାଲଟିବ", "ବାବା ଧବଳେଶ୍ବର", ଆଦି ଅନ୍ୟତମ ପ୍ରମୁଖ l ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର ଜଗନ୍ନାଥ ତାଙ୍କୁ ଏତେ ଅନୁପ୍ରାଣିତ କରିଛନ୍ତି ଯେ ଜଗନ୍ନାଥଙ୍କ ଭଜନ ବ୍ୟତୀତ ଅନ୍ୟ ଗୀତ କରିବାକୁ କେବେବି ଚାହିଁ ନାହାଁନ୍ତି । ପରିବାରର ସହଯୋଗ ତାଙ୍କୁ ଏତେ ବାଟ ଆଣିପାରିଛି ବୋଲି ସେମାନେ କୁହନ୍ତି । ପ୍ରତିଟି କ୍ଷେତ୍ରରେ ପରିବାର ଲୋକ ସହଯୋଗ କରନ୍ତି । ନିଜର ସାରସ୍ବତ ସଂଗୀତ ସାଧନା ପାଇଁ ବହୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ଭାଇ । ନିଜ ଅଞ୍ଚଳର ଗୌରବ ବୃଦ୍ଧି କରି ଆଜି ଏ ଦୁଇ ଭାଇ ବେଶ ଚର୍ଚ୍ଚିତ। ଗୋଟେ ମଫସଲ ଗାଁରୁ ମୁମ୍ବାଇରେ ପହଞ୍ଚିବା ପୁଣି ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ବସନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଗୀତରେ କଣ୍ଠଦାନ କରିବା କମ ଗୌରବର କଥା ନୁହେଁ । ଏବେ ସୁଦ୍ଧା ବସନ୍ତ ମିଶ୍ର ପ୍ରାୟ 15 ଶହରୁ ଊର୍ଦ୍ଧ୍ବ ଗୀତରେ ନିର୍ଦ୍ଦେଶନା ଦେଲେଣି l ଯାହାକୁ ନେଇ ନୟାଗଡବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details