ଓଡିଶା

odisha

By

Published : Aug 17, 2021, 12:40 PM IST

Updated : Aug 17, 2021, 4:13 PM IST

ETV Bharat / state

ଅନାସ୍ଥାରେ ପଦ ହରାଇଲେ ଭାପୁର ବ୍ଲକ ଅଧ୍ୟକ୍ଷା

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ । ଅନାସ୍ଥାରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷା । ସପକ୍ଷରେ ପଡିଥିଲା ମାତ୍ର 7 ଭୋଟ । ଅଧିକ ପଢନ୍ତୁ...

ଆଜି ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ
ଆଜି ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ

ନୟାଗଡ଼: ନୟାଗଡ଼ ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିପକ୍ଷରେ ଅନାସ୍ଥା ଭୋଟ । ଅନାସ୍ଥା ଭୋଟିଂରେ ପଦ ହରାଇଲ ବ୍ଲକ ଅଧ୍ୟକ୍ଷା । ଭୋଟରେ କାଟ ଖାଇଲେ ଅଧ୍ୟକ୍ଷା ଶାନ୍ତିଲତା ବେହେରା ।

ଅନାସ୍ଥରେ ପଦ ହରାଇଲେ ଭାପୁର ବ୍ଲକ ଅଧ୍ୟକ୍ଷା
ଆଜି ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ

ଆଜି ହୋଇଥିବା ଭୋଟିଂରେ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ମିଶାଇ ମୋଟ 40 ଜଣଙ୍କ ମଧ୍ୟରୁ 39 ଜଣ ଭୋଟ ଦେଇଥିଲେ । ଅନାସ୍ଥା ସପକ୍ଷରେ ଅର୍ଥାତ ଅଧ୍ୟକ୍ଷାଙ୍କ ବିପକ୍ଷରେ 32 ଟି ଭୋଟ ଯାଇଥିବାବେଳେ ସପକ୍ଷରେ ମାତ୍ର 7 ଟି ଭୋଟ ଯାଇଛି l ଏହା ଫଳାଫଳ ସହ ବ୍ଲକ ଅଧ୍ୟକ୍ଷା ନିଜ ପଦ ହରାଇଛନ୍ତି । ସ୍ଥାନୀୟ ତହସିଲଦାର ରିର୍ଟର୍ଣ୍ଣିଂ ଅଧିକାରୀ ଭାବେ ଅନାସ୍ଥା ଭୋଟ ପରିଚାଳନା କରିଥିଲେ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l ତେବେ ଉପ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 17, 2021, 4:13 PM IST

ABOUT THE AUTHOR

...view details