ଓଡିଶା

odisha

ETV Bharat / state

ଏକ ଲକ୍ଷ ମୂଲ୍ୟର ଦେଶୀ ମଦ ଜବତ, 2 ମହିଳା ଗିରଫ - nayagargh distrct news

ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣରେ ମଦ ସାମଗ୍ରୀ ସହ ଦୁଇ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀ ସହ 2ମହିଳା ଗିରଫ
ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀ ସହ 2ମହିଳା ଗିରଫ

By

Published : May 28, 2021, 5:32 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅବକାରୀ ବିଭାଗକୁ ମିଳିଲା ସଫଳତା l ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ସାମଗ୍ରୀ ସହ 2 ଜଣ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗର ଅତିରିକ୍ତ ସବ୍ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ଲକର ବିଭିନ୍ନ ସ୍ଥାନ ମୟୁରଝୁଲିଆ, ସୁରୁକାବାଡି ଓ ପଟିଆରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହିତ 2 ଜଣ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀ ସହ 2ମହିଳା ଗିରଫ

ଗିରଫ ଦୁଇ ମହିଳା ହେଲେ ମୟୂରଝୁଲିଆ ଗ୍ରାମର ଶର୍ମିଷ୍ଠା ପ୍ରଧାନ ଏବଂ ସୁରୁକାବାଡ଼ି ଗ୍ରାମର ନିରୁପମା ମଣ୍ଡଳ l ପଟିଆ ଅଞ୍ଚଳରୁ ଏକ ଦେଶୀ ମଦ ତିଆରି କାରଖାନା ଠାବ କରି 3400 ମଦ ତିଆରିରେ ବ୍ୟବହୃତ ପୋଚ ସହ 55 ଲିଟର ତରଳ ପଦାର୍ଥ ମଧ୍ୟ ଜବତ କରିଛି l ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର ସୂଚନା ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details