ଓଡିଶା

odisha

ETV Bharat / state

ନୟାଗଡ଼ରୁ ଆସିଲା ନଗ୍ନଚିତ୍ର, ଅଇଁଠା ଖଲି ଚାଟୁଛନ୍ତି ଭୋକିଲା ବୃଦ୍ଧ - ଭାଇରାଲ ଭିଡିଓ

ନୟାଗଡ଼ରୁ ଆସିଲା ଭୋକର ନଗ୍ନ ଚିତ୍ର । ପେଟର ଭୋକ ମେଣ୍ଟାଇବା ପାଇଁ ରାସ୍ତା କଡରେ ପଡିଥିବା ଅଇଁଠା ପତ୍ର ଚାଟୁଛନ୍ତି ଜଣେ ବୃଦ୍ଧ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲା ବ୍ଲକ ନିକଟରେ । ଅଧିକ ପଢନ୍ତୁ...

ଆଇଁଠା ଖଲି ଚାଟୁଛନ୍ତି ଭୋକିଲା ବୃଦ୍ଧ
ଆଇଁଠା ଖଲି ଚାଟୁଛନ୍ତି ଭୋକିଲା ବୃଦ୍ଧ

By

Published : Apr 21, 2021, 12:38 PM IST

ନୟାଗଡ଼: ପୁଣି ସାମ୍ନାକୁ ଆସିଲା ଭୋକର ଜ୍ବାଳାରେ ଜଳି ହେଉଥିବା ଜଣେ ଗରିବ ଅସହାୟ ମଣିଷର ପେଟର ଯନ୍ତ୍ରଣା । ପ୍ରଥମେ ସୁନ୍ଦରଗଡର ସେଇ ଅଢେଇ ବର୍ଷର କୋଇଡା ଶିଶୁ, ତାପରେ ମାଲକାନଗିରିର 70 ବର୍ଷ ବୃଦ୍ଧା ଆଉ ଏବେ ନୟାଗଡ଼ରୁ ଆସିଲା ଭୋକର ନଗ୍ନ ଚିତ୍ର । ପେଟର ଭୋକ ମେଣ୍ଟାଇବା ପାଇଁ ରାସ୍ତା କଡରେ ପଡିଥିବା ଅଇଁଠା ପତ୍ର ଚାଟୁଛନ୍ତି ଜଣେ ବୃଦ୍ଧ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲା ବ୍ଲକ ନିକଟରେ ।

ଅଇଁଠା ଖଲି ଚାଟୁଛନ୍ତି ଭୋକିଲା ବୃଦ୍ଧ

କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ନିଷ୍ପତି ଅନୁସାରେ NAC ଓ ମ୍ୟୁନିସିପାଲିଟିରେ ରାତି 9ଟା ରୁ ଭୋର 5ଟା ଯାଁଏ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତିରେ ସହର ପୁରା ଶୂନସାନ ହେବାପରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ପାଖକୁ ଆସି ରାସ୍ତା କଡରେ ପଡିଥିବା ଅଇଁଠା ଚାଟ ଓ ପେପର ପ୍ଲେଟରେ ଗୋଟାଇ ଖାଉଛନ୍ତି । ଥଣ୍ଡା ପାନୀୟ ମାଜାର ପେପରକୁ ଚିରି ଥଣ୍ଡା ପିଉଛନ୍ତି ।

ନୟାଗଡର 57ନମ୍ବର ଜାତୀୟ ରାଜପଥର କଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details