ଓଡିଶା

odisha

ETV Bharat / state

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳର ନିଖୋଜ ଘଟଣାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡପୋଖରିଆ ଛକ ପୁରୁଣା ଗଡ ପୋଖରୀ ନିକଟରୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।

By

Published : Dec 6, 2020, 8:35 PM IST

a dead body found
ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୟାଗଡ଼: ନିଖୋଜ ଘଟଣାରେ ଯୁବକଙ୍କ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳର ନିଖୋଜ ଘଟଣାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡପୋଖରିଆ ଛକ ପୁରୁଣା ଗଡ ପୋଖରୀ ନିକଟରୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।

ଯୁବକ ନିଖୋଜ ଘଟଣାର ମୃତଦେହ ଉଦ୍ଧାର

ମୃତକ ଜଣଙ୍କ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ଗ୍ରାମର 30 ବର୍ଷୀୟ ବିଶ୍ବଜିତ ମହାରଣା ବୋଲି ଜଣାପଡିଛି। ମୃତକ ଜଣଙ୍କ ଗତ ନଭେମ୍ବର ୩୦ତାରିଖରୁ ନିଖୋଜ ଥିଲେ। ଏନେଇ ଚାନ୍ଦପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

ମୃତଦେହ ନିକଟରୁ ବାଇକ ଉଦ୍ଧାର କରାଯାଇଥିବାବେଳେ ଘଟଣାସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି । ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details