ଓଡିଶା

odisha

ETV Bharat / state

ସ୍ଵାତୀ ମୃତ୍ୟୁ ମାମଲା: ପରିବାରକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ - ସ୍ଵାତୀ ପରିବାରକୁ ଭେଟିଲା କଂଗ୍ରେସ

ସ୍ଵାତୀ ପରିବାରକୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ସ୍ଵାତୀ ମୃତ୍ୟୁ ଘଟଣା ବିଷୟରେ ପଚାରି ବୁଝିଥିଲା କଂଗ୍ରେସ ପ୍ରତିନିଧି ଦଳ। ଅଧିକ ପଢ଼ନ୍ତୁ...

a Congress delegation met family of Swati regarding her death in bidhipatana nayagarh
ସ୍ଵାତୀ ମୃତ୍ୟୁ ମାମଲା: ପରିବାରକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

By

Published : Dec 17, 2020, 10:14 PM IST

ନୟାଗଡ଼:ସ୍ଵାତୀ ପରିବାରକୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ସ୍ଵାତୀ ମୃତ୍ୟୁ ଘଟଣା ବିଷୟରେ ପଚାରି ବୁଝିଥିଲା କଂଗ୍ରେସ ପ୍ରତିନିଧି ଦଳ। ଏନେଇ ସ୍ବାତୀ ବାପା ଓ ମା'ଙ୍କ ସହ ଆଲୋଚନା କରିଥିଲେ । ନୟାଗଡ଼ ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲା। 5 ଦିନ ପରେ ଗାଁ ପୋଖରୀରୁ ତାର ମୃତଦେହ ଉଦ୍ଧାର ହୋଇଥିଲା ।

ସ୍ଵାତୀ ମୃତ୍ୟୁ ମାମଲା: ପରିବାରକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼ ପରୀ ମୃ୍ତ୍ୟୁ ମାମଲା ପରେ ସ୍ବାତୀ ମୃତ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ଦଳର ନେତା ପ୍ରଦୀପ ମାଝୀ ଏବଂ କଂଗ୍ରେସ ମୁଖପାତ୍ର ପ୍ରଭାକର ଗୁରୁ ସ୍ଵାତୀର ପରିବାରକୁ ଭେଟିଛନ୍ତି l ଏହାସହ ସ୍ବାତୀର ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ ବୁଲି ଦେଖିଥିଲେ କଂଗ୍ରେସ ନେତାଏ। ଏହାପରେ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ l

ସ୍ଵାତୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢ଼େଇ କରିବ। ନ୍ୟାୟ ଦେବାରେ କେହି ପ୍ରତିବନ୍ଧକ ସାଜିଲେ ତାହାକୁ ତୀବ୍ର ବିରୋଧ କରାଯିବ l ରାଜ୍ୟରେ ଶିଶୁ ନିଖୋଜ ଘଟଣା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି l ପରୀ ଭଳି ସ୍ଵାତୀ ପାଇଁ ମଧ୍ୟ ଲଢେଇ କରିବ କଂଗ୍ରେସ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି l

ଗତକାଲି(ବୁଧବାର) ସ୍ଵାତୀର ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ l ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତୀ) ନିଖୋଜ ହୋଇଥିଲା l 5 ଦିନ ଦିନ ଗାଁର ଏକ ପରିତ୍ୟକ୍ତ ପୋଖରୀରୁ ସ୍ଵାତୀର ମୃତଦେହ ମିଳିଥିଲା l ସ୍ଵାତୀକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details