ନୟାଗଡ଼: କଅଁଳ ଶିଶୁର ଚପଳାମି । ଅମୁଲ ଭାବି ଖାଇଦେଲା ମୁଗ ପୋକମରା ଔଷଧ । ଯାହା ଶିଶୁଟିର ଜୀବନ ନେଇଯାଇଛି । ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଶାଳପଡା ପଞ୍ଚାୟତ ଅନ୍ତର୍ଗତ ମାଣିବନ୍ଧ ଗ୍ରାମର । ଅଜୟ କୁମାର ଜେନାଙ୍କ ୨ ବର୍ଷର ଝିଅ ରୁପାଲୀ ଜେନା ମୁଗ ପୋକ ମରା ଔଷଧ ଖାଇ ମୃତ୍ୟୁବରଣ କରିଛନ୍ତି l
ମିଳିଥିବା ସୂଚନା ମୁତାବକ, ରୁପାଲୀ ଖେଳୁଥିବା ସମୟରେ ମୁଗରୁ ପୋକ ମାରିବା ପାଇଁ ମୁଗକୁ ଖରାରେ ଶୁଖାଯାଇଥିଲା । ଆଉ ସେଠାରେ ମୁଗ ପୋକ ମରା ଔଷଧ ରଖାଯାଇଥିଲା । ସେହି ଔଷଧକୁ ଅମୁଲ ଭାବି ରୂପାଲି ଖାଇ ଦେଇଥିଲା । ପରେ ଶରୀର ଅସୁସ୍ଥ ହୋଇଥିଲା । ଫଳରେ ପ୍ରଥମେ ଚିକିତ୍ସା ନିମନ୍ତେ ଭାପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ମେଡିକାଲ ପରେ ଭୁବନେଶ୍ୱର ୬ ନମ୍ବରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।