ନୟାଗଡ : ଜିଲ୍ଲା ମାଛିପଡ଼ାରେ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l ଗୋସମ୍ପଦର ଅଭିବୃଦ୍ଧି, ଗୋସମ୍ପଦକୁ ନେଇ ଜନସଚେତନତା ଏବଂ ସଫଳ ଚାଷୀଙ୍କୁ ପୁରସ୍କାର ମାଧ୍ୟମରେ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଏଥିପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଗୋସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳାରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଗୋପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଆଣି ପ୍ରଦର୍ଶନୀରେ ସାମିଲ କରିଥିଲେ l କୃଷି ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଯୋଗ ଦେଇ ଗୋ ପୂଜନ କରିଥିଲେ l
ଏହି ଅବସରରେ ଗୋପାଳନ କ୍ଷେତ୍ରରେ ସଫଳ ହୋଇଥିବା ଚାଷୀଙ୍କୁ ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । 2000 ମସିହାରେ ଦୈନିକ 27 ଲକ୍ଷ କ୍ଷୀର ଉତ୍ପାଦନ କରାଯାଉଥିଲା ବେଳେ 2020 ରେ 65 ଲକ୍ଷକୁ ବୃଦ୍ଧି ପାଇଛି l ଚାଉଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ସାରା ଭାରତରେ ଚତୁର୍ଥ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି l ଗୋ ପାଳନ କ୍ଷେତ୍ରରେ ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ପଶୁ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ 200 ଅଧିକ ଗୋପାଳକ ଯୋଗ ଦେଇ ଗୋ ପୂଜନ କରିଥିଲେ l