ଓଡିଶା

odisha

By

Published : Aug 11, 2019, 4:22 PM IST

ETV Bharat / state

ବିଚାରଧିନ କଏଦୀ ଫେରାର ଘଟଣା: 5 କନେଷ୍ଟବଳ ନିଲମ୍ବିତ

ନୟାଗଡରେ ବିଚାରଧିନ କଏଦୀ ତପନ ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନୟାଗଡ ଏସପି । ଦାୟିତ୍ବରେ ଅବହେଳା ପାଇଁ 5 ଜଣ ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ଖଣ୍ଡପଡା ଉପକାରଗାରରୁ ବିଚରାଧିନ କଏଦୀ ତପନ ରାଉତ ଫେରାର ହେବା ଘଟଣାରେ ଏସପିଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ । ଦାୟିତ୍ବରେ ଅବହେଳା ପାଇଁ 5ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ ଏସପି । ଗତ 9 ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ତପନକୁ ନେଉଥିବା ବେଳେ ସେ ପୋଲିସକୁ ଚଖମା ଦେଇ ଖସି ଯାଇଥିଲା । ଯେଉଁଥିପାଇଁ ନୟାଗଡ ପୋଲିସର ଦାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ କରି ଏସପି ଶଶୀ ଭୂଷଣ ଶତପଥୀ 5 ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ତେବେ ପୋଲିସ ଆଖିରେ ଧୂଳି ଦେଇ ତପନ ଖସିଯିବା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ 2ଥର ସେ ପୋଲିସ ନିକଟରୁ ଖସିବାରେ ସକ୍ଷମ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ତାକୁ ପୁଣି ଥରେ ଗିରଫ କରିଥିଲା । ଏଥର ମଧ୍ୟ ସେ ପୋଲିସକୁ ଚଖମା ଦେଖାଇ ଫେରାର ହେବାରେ ସଫଳ ହୋଇଛି । ଏପର୍ଯ୍ୟନ୍ତ ପୋଲିସ ତାକୁ ଧରିବାରେ ସଫଳ ହୋଇ ପାରିନାହିଁ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଥିଲା ତପନ ।


ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details