ନୟାଗଡ: ନୟାଗଡରେ ସୀମା ଲଂଘୁଛି ଅନ୍ଧବିଶ୍ବାସ l ଜିଲ୍ଲାର ଦଶପଲ୍ଲା ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଚଡେୟାପଲ୍ଲୀ ଗ୍ରାମରେ ଘଟିଛି ଏକ ଅମାନୁଷିକ ଘଟଣା । ଯାହାକୁ ନେଇ ଆଧୁନିକ ସମାଜରେ ମଣିଷର ମାନବିକତାକୁ ନେଇ ପ୍ରଶ୍ନ ଉଠିଛି l
ଗତ ୬ ମାସ ତଳେ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ଜଣେ ଲୋକର ମୃତ୍ୟୁ ଘଟଣାକୁ ନେଇ ଜଣେ ମହିଳା ନିଜକୁ ଠାକୁରାଣୀ ଆସିଛି ବୋଲି କହିବା ସହ ଗ୍ରାମର କିଛି ଲୋକଙ୍କୁ ଗୁଣି କରି ମାରି ଦେଇଛନ୍ତି କହିଥିଲେ । ଏହି ଘଟଣାରେ ଗ୍ରାମବାସୀମାନେ ସଭା ଡକାଇ କଙ୍ଗାରୁ କୋର୍ଟ କରି ଗ୍ରାମର ୪ ଜଣଙ୍କୁ ଖୁଣ୍ଟରେ ୬ ଘଣ୍ଟା ଧରି ବାନ୍ଧିରଖି ପ୍ରବଳ ମାଡ଼ ମାରିବା ସହ ସେମାନଙ୍କୁ ମଣିଷ ବିଷ୍ଟା ଏବଂ ଗଧ ବିଷ୍ଟା ଖୁଆଇଥିଲେ । ଏହି ନିର୍ଯାତନାର ଶିକାର ହୋଇଥିବା ୪ ଜଣ ବ୍ୟକ୍ତି ଗତ ୧୯ ତାରିଖରେ ବାଣିଗୋଛା ଥାନାକୁ ଆସି ଘଟଣା ଘଟାଇଥିବା ଗାଁର ସଂଜୟ ନାୟକ , ରୋହିତ ନାୟକ , କୃଷ୍ଣ ନାୟକ , ଅଲେଖ ପ୍ରଧାନ , ଭରତ ପ୍ରଧାନଙ୍କ ନାମରେ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ୫ ଦିନ ବିତିଯାଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଓଲଟି ବାଣୀଗୋଛା ପୋଲିସ୍ ଅଭିଯୋଗକାରୀମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୀବନ ବଞ୍ଚାଇବା ପାଇଁ ଅଭିଯୋଗକାରୀମାନେ ଜଙ୍ଗଲ ଭିତରେ ଲୁଚି ବୁଲୁଛନ୍ତି ।