ନୟାଗଡ:ଖଣ୍ଡପଡା ଗଡଜାତ ରାଜ୍ୟ ଭାବେ ବେଶ ପରିଚିତ ଥିଲା l ଏହାର ଇତିହାସ ଯେତିକି ପୁରୁଣା, କଳା ସଂସ୍କୃତି ମଧ୍ୟ ବେଶ ପୁରୁଣା l ଦଶହରା ସମୟରେ ରାଜବାଟିରେ ହୋଇଥାଏ ନିଆରା ଉତ୍ସବ l
ଖଣ୍ଡପଡ଼ା ରାଜ୍ୟର ଆରାଧ୍ୟ ଦେବୀ ମା ବାଉରୀ ଠାକୁରାଣୀଙ୍କ ପବିତ୍ର 'ବାଉରୀସଜ' ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଇଥାଏ l ମା ନିଜ ସ୍ଥାନ ଛାଡ଼ି 16 ଦିନ ପର୍ଯ୍ୟନ୍ତ ଖଣ୍ଡପଡ଼ା ରାଜବାଟୀକୁ ଆସିଥାନ୍ତି l ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୁଏ ପୁରା ପରିବେଶ l ଏହାକୁ ହନୁମାନ କାଠି ଯାତ୍ରା ବୋଲି କୁହାଯାଇଥାଏ l ବର୍ଷକୁ ଥରେ ଦେଖିବାର ସୁଯୋଗ ମିଳୁଥିବାରୁ ଲୋକଙ୍କ ଭିଡ଼ ଜମିଥାଏ l 300 ବର୍ଷର ପୁରୁଣା ଏହି ପରମ୍ପରାକୁ ଲୋକେ ଦେଖିବାକୁ ଭିଡ଼ ଜମାଇଛନ୍ତି l