ଓଡିଶା

odisha

By

Published : Nov 2, 2021, 7:19 PM IST

ETV Bharat / state

ଚାଲିଚାଲି ବାହାରିଛନ୍ତି ଭାରତ ଭ୍ରମଣ, ନୟାଗଡରେ ପହଞ୍ଚିଲେ ପଡୋଶୀ ରାଜ୍ୟର ଯୁବକ

ଚାଲି ଚାଲି ଭାରତ ଭ୍ରମଣ କରି ବିଶ୍ୱ ରେକର୍ଡ ନିଶାରେ ଝାଡଖଣ୍ଡ ଓ ଛତିଶଗଡର 3 ଯୁବକ । ୨୭ ଦିନରେ ପାଦରେ ଚାଲି ଅତିକ୍ରମ କଲେଣି 520 କିଲୋମିଟର । ଅଧିକ ପଢନ୍ତୁ...

ପାଦରେ ଭାରତ ଭ୍ରମଣ କରି ବିଶ୍ବ ରେକର୍ଡର ଲକ୍ଷ, ଶକ୍ତି ଚଞ୍ଚୟ ଓ ପରିବେଶ ସୁରକ୍ଷାର ବାଣ୍ଟୁଛନ୍ତି ବାର୍ତ୍ତା
ପାଦରେ ଭାରତ ଭ୍ରମଣ କରି ବିଶ୍ବ ରେକର୍ଡର ଲକ୍ଷ, ଶକ୍ତି ଚଞ୍ଚୟ ଓ ପରିବେଶ ସୁରକ୍ଷାର ବାଣ୍ଟୁଛନ୍ତି ବାର୍ତ୍ତା

ନୟାଗଡ: 3 ଯୁବକଙ୍କୁ ଘାରିଛି ରେକର୍ଡ ନିଶା l ଆଞ୍ଚଳିକ କି ଜାତୀୟ ସ୍ତରର ରେକର୍ଡ ନିଶା ନୁହେଁ ବରଂ ପାଦରେ ଚାଲିଚାଲି ସମଗ୍ର ଭାରତ ଭ୍ରମଣ କରି ବିଶ୍ବ ରେକର୍ଡ କରିବାର ନିଶା ରଖିଛନ୍ତି ଏମାନେ। ଏହି ୩ ଯୁବକ ହେଲେ ଝାଡଖଣ୍ଡର ଅମିତ ପାଶୱାନ, ଧାନବାଦ ଜିଲ୍ଲାର ସୌରଭ ଦେବାଙ୍ଗନ ଓ ଛତିଶଗଡର ଅଭିତେଶ ଶର୍ମା । ତେବେ ଏହି ଅଭିଯାନକୁ ପୂରଣ କରିବା ପାଇଁ ଅକ୍ଟୋବର 7ରେ ସୁଦୂର ରାୟପୁରରୁ ଯାତ୍ରା ଆରମ୍ଭ କରି ଆଜି ନୟାଗଡ ଜିଲ୍ଲାରେ ପହଞ୍ଚିଛନ୍ତି ଏହି 3 ଯୁବକ ।

ପାଦରେ ଭାରତ ଭ୍ରମଣ କରି ବିଶ୍ବ ରେକର୍ଡର ଲକ୍ଷ, ଶକ୍ତି ଚଞ୍ଚୟ ଓ ପରିବେଶ ସୁରକ୍ଷାର ବାଣ୍ଟୁଛନ୍ତି ବାର୍ତ୍ତା

ଗାଡ଼ିର ବ୍ୟବହାର ନକରିବା, ପେଟ୍ରୋଲ ବଞ୍ଚାଇବା, ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ପରିବେଶ ପ୍ରଦୂଷଣ ରୋକିବାକୁ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଏମାନେ l 27 ଦିନରେ ସେମାନେ ପ୍ରାୟ 520 କିଲୋମିଟର ପାଦରେ ଚାଲି ଅତିକ୍ରମ କରି ସାରିଥିବାଳେ ଆସନ୍ତା 3ବର୍ଷ ମଧ୍ୟରେ ସମଗ୍ର ଭାରତ ଭ୍ରମଣ ମିଶନ ଶେଷ କରିବା ସହିତ ବିଶ୍ୱ ରେକର୍ଡରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି l

ସେମାନେ ନୟାଗଡ ଜିଲ୍ଲା ଗଣିଆରେ ପହଞ୍ଚି ସ୍ଥାନୀୟ ଗଣମାଧ୍ୟମ ଏବଂ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରି ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛନ୍ତି । ସମାଜକୁ ଭିନ୍ନ ଏକ ବାର୍ତ୍ତା ସହ ପାଦରେ ସମଗ୍ର ଦେଶ ବୁଲି ବିଶ୍ୱ ରେକଡ଼ କରିବାର ଲକ୍ଷ୍ୟ ରଖିଥିବାରୁ ସ୍ବାଗତ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ନୟାଗଡବାସୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details