ଓଡିଶା

odisha

By

Published : May 31, 2021, 4:38 PM IST

ETV Bharat / state

ନୟାଗଡ଼ରେ ହୁହୁ ବଢୁଛି କୋରୋନା, 24 ଘଣ୍ଟାରେ 283 ନୂଆ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ବଢୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ଚିନ୍ତାରେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ନୟାଗଡ଼ରେ ହୁହୁ ବଢୁଛି କରୋନା ,24 ଘଣ୍ଟାରେ 283 ନୂଆ ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ରେ ହୁହୁ ବଢୁଛି କରୋନା ,24 ଘଣ୍ଟାରେ 283 ନୂଆ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼: ନୟାଗଡରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି l ସେହିପରି ଅମାନିଆଙ୍କ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 283 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପାଖାପାଖି 25 ଶହ ସକ୍ରିୟ ମାମଲା ରହିଥିବା ସରକାରୀ ଭାବେ ଜଣାଯାଇଛି l

ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ୁଥିବାବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭାପୁର ବ୍ଲକରୁ 5, ଦଶପଲ୍ଲାରୁ 18, ଗଣିଆରୁ 4, ଖଣ୍ଡପଡାରୁ 6, ନୟାଗଡ଼ରୁ 32, ନୂଆଗାଁରୁ 18 ଏବଂ ଓଡଗାଁରୁ 32, ରଣପୁରରୁ 16, ଜିଲ୍ଲା ବାହାରୁ 64 ଏବଂ ନୟାଗଡ଼ ଏନଏସିରୁ 24 ଜଣ ରହିଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details