ନୟାଗଡ଼: ପ୍ରାକୃତିକ ପରିବେଶ ଓ କୁମ୍ଭୀର ପାଇଁ ମହାନଦୀର ସାତକୋଶିଆ ଗଣ୍ଡ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଗତ କିଛି ବର୍ଷ ଧରି ମଗର ପ୍ରଜାତିର କୁମ୍ଭୀର ମାନଙ୍କର ବଂଶବୃଦ୍ଧି ହେଉଥିବା ବେଳେ ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । ଏହାରି ମଧ୍ୟରେ ଦୀର୍ଘ ୪୦ ବର୍ଷ ପରେ ଚଳିତ ବର୍ଷ ଘଡିଆଳ ବଂଶବୃଦ୍ଧିର ଆଶା ସଂଚାର ହୋଇପାରିଛି ।
ଚଳିତ ବର୍ଷ ଏକ ମାଇ ଘଡ଼ିଆଳ କୁମ୍ଭୀର ୨୮ଟି ଛୁଆ ଫୁଟାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ସୁରକ୍ଷା ପାଇଁ ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖାଦେଇଛି । ସାତକୋଶିଆ ଗଣ୍ଡରେ ଅବାଧ ମାଛମରା ଓ ବର୍ଷାଋତୁରେ ମହାନଦୀରେ ବନ୍ୟାଆସିବା ଦ୍ବାରା କୁମ୍ଭୀର ଶାବକଗୁଡିକ ତଳିଆ ଅଞ୍ଚଳକୁ ଭାସିଯିବା ସହ ବଡ଼ ବଡ଼ ମଗର କୁମ୍ଭୀର, ଚିଲ ଓ ଛଞ୍ଚାଣଙ୍କ ଆକ୍ରମଣର ଶିକାର ହୋଇଥାନ୍ତି ।