ନୟାଗଡ଼: 21 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ନୂତନ କୋର୍ଟ ସାମ୍ନାରେ ଥିବା ଏକ ଢ଼ାବାର ମାଲିକ ପ୍ରକାଶ ପ୍ରଧାନଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଓଡ଼ଗାଁ ପୋଲିସ ଗିରଫ କରିବା ସହିତ ୨୧ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି l
21 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ - ନୟାଗଡ ନ୍ୟୁଜ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ନୂତନ କୋର୍ଟ ସାମ୍ନାରେ ଥିବା ଏକ ଢ଼ାବାର ମାଲିକ ପ୍ରକାଶ ପ୍ରଧାନଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଓଡ଼ଗାଁ ପୋଲିସ ଗିରଫ କରିବା ସହିତ ୨୧ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି l ଅଧିକ ପଢନ୍ତୁ...
![21 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ 21 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-11905970-thumbnail-3x2-od-ngr-21-gm-braunsugar-seized-od10025-26052021125324-2605f-1622013804-653.jpg)
21 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ
ପ୍ରକାଶ ପ୍ରଧାନ ଦୀର୍ଘ ଦିନ ଧରି ବ୍ରାଉନସୁଗାର କାରବାର କରୁଥିବା ନେଇ ଅଭିଯୋଗ ହୋଇଥିଲା l ସେବେଠାରୁ ପ୍ରକାଶଙ୍କ ଗତି ବିଧି ଉପରେ ନଜର ରଖିଥିଲେ ପୋଲିସ । ପରେ ପ୍ରମାଣ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି l ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପରମିତା ଜେନା ସୂଚନା ଦେଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ