ନୟାଗଡ: କୋରୋନା ପାଇଁ ବନ୍ଦ ହେଲା 200 ବର୍ଷର ପରମ୍ପରା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରେ ଅନୁଷ୍ଠିତ ବିଶ୍ବ ବିଖ୍ୟାତ ଲଙ୍କାପୋଡି ଯାତ୍ରାକୁ ମହାମାରୀ କୋରୋନା ଯୋଗୁଁ ବନ୍ଦ କରାଯାଇଛି । ପରମ୍ପରା ଅନୁସାରେ, ରାଜା ରାଜୁଡା ଅମଳରୁ ଦଶପଲ୍ଲା ଗଡଜାତ ଅଞ୍ଚଳରେ ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହୋଇଆସୁଥିବାବେଳେ ସରକାରଙ୍କ କଟକଣା ଯୋଗୁଁ ଏଥିରେ ରୋକ ଲଗାଯାଇଛି ।
ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପ୍ରାୟ ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ । ଭାରତ ବର୍ଷର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରତିଷ୍ଠା ଲାଭ କରିଥିବା ପ୍ରାୟ 4 କିଲୋମିଟର ଧରି ଯାତ୍ରା ଅନୁଷ୍ଠିତ ହୁଏ। 60 ଫୁଟରୁ ଅଧିକ ଉଚ୍ଚର ଚଳମାନ ରାବଣ ସହ ପୁଷ୍ପକ ବିମାନ ସହ ଆତସବାଜି ବାଣ ମୁଖ୍ୟ ଆକର୍ଷଣ ହୋଇଥାଏ । ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜେ କାଷ୍ଠର ମୁକୁଟ । କେବଳ ଦେବନୀତି ପ୍ରଚଳନ ଦ୍ବାରା ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ମନ୍ଦିର ପ୍ରଶାସନ ଦ୍ବାରା ନୀତି ପ୍ରଚଳନ କରାହେଲା ।