ନୟାଗଡ: ଦୁଇ ଦିନରେ ଦୁଇ କଏଦୀ ଉପ କାରାଗାରରୁ ଚମ୍ପଟ । ଜିଲ୍ଲାର ନୟାଗଡ ଉପକାରାଗାରରୁ ଜଣେ ଓ ଖଣ୍ଡପଡା ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଏନେଇ ନୟାଗଡ ସଦର ଥାନା ଓ ଖଣ୍ଡପଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ।
ନୟାଗଡରେ ଦୁଇ ଦିନରେ ଦୁଇ କଏଦୀ ଫେରାର - ନୟାଗଡ ଉପ କାରାଗାର
ଦୁଇ ଦିନରେ ଦୁଇ କଏଦୀ ଉପ କାରାଗାରରୁ ଚମ୍ପଟ । ଜିଲ୍ଲାର ନୟାଗଡ ଉପକାରାଗାରରୁ ଜଣେ ଓ ଖଣ୍ଡପଡା ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି ।
![ନୟାଗଡରେ ଦୁଇ ଦିନରେ ଦୁଇ କଏଦୀ ଫେରାର](https://etvbharatimages.akamaized.net/etvbharat/prod-images/768-512-4042947-1102-4042947-1564973897030.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
ତେବେ କଏଦୀ ଫେରାର ହେବାକୁ 24 ଘଣ୍ଟା ପୁରି ଯାଇଥିଲେ ମଧ୍ୟ ଗୋଟିଏ ବି କଏଦୀ ଧରାପଡିନାହାଁନ୍ତି । ସେପଟେ ଅଭିଯୋଗ ପାଇବା ପରେ ବିଭିନ୍ନ ଥାନାର ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ତେବେ କଏଦୀମାନେ ଏଭଳି ଫେରାର ହେଉଥିବା ଉପ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ