ଓଡିଶା

odisha

ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ: ବିବାଦୀୟ ଜମି ପାଇଁ ସୋରଡ଼ାରେ ଲାଗିଲା 144 ଧାରା - ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର କାର୍ଯ୍ୟ ତ୍ବରାନିତ୍ବ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ । ଅଧିକ ପଢନ୍ତୁ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ:ବିବାଦୀୟ ଜମି ପାଇଁ ସୋରଡ଼ାରେ 144 ଜାରି କଲା ପ୍ରଶାସନ
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ:ବିବାଦୀୟ ଜମି ପାଇଁ ସୋରଡ଼ାରେ 144 ଜାରି କଲା ପ୍ରଶାସନ

By

Published : May 18, 2022, 11:56 AM IST

ନୟାଗଡ଼:ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ । ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଧୀନ ସୋରଡ଼ା ଗାଁ ନିକଟରେ ଅଟକି ରହିଥିବା ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଡ଼.ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମବାସୀଙ୍କ ଅଧୀନରେ ଥିବା ବିବାଦୀୟ ଜମି ଉପରେ 144 ଧାରା ଜାରି କରାଯାଇଛି ।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ:ବିବାଦୀୟ ଜମି ପାଇଁ ସୋରଡ଼ାରେ 144 ଜାରି କଲା ପ୍ରଶାସନ

ଗତ 15 ତାରିଖ ସନ୍ଧ୍ୟା 6ରୁ 19ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଆଉ ଏହି ସମୟ ମଧ୍ୟରେ ପୋଲିସ ଉପସ୍ଥିତିରେ ଆବଶ୍ୟକ ମାଟି କାମ କରାଯିବ ବୋଲି ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି । ସେହିଭଳି ଗାଁର 73 ଜଣଙ୍କ ନାଁରେ 107 ଦଫାରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ସୋରଡ଼ା ଗ୍ରାମର ପ୍ଲଟ ନଂ 1817, 1819, 1820, 1821, 1823, 1824 ତଥା ଖାତା ନଂ 146ରେ ବିବାଦ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବହୁଦିନ ଧରି ଅଟକି ରହିଥିଲା । ଗ୍ରାମବାସୀ ଜମି ଛାଡ଼ିବାକୁ ରାଜି ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details