ଓଡିଶା

odisha

ETV Bharat / state

ନୟାଗଡ ମାଓ ଆକ୍ରମଣକୁ 13 ବର୍ଷ, ଶହୀଦଙ୍କ ସ୍ମୃତିରେ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି - ନୟାଗଡ ଖବର

2008 ଫେବୃଆରୀ 15, ନୟାଗଡ ପାଇଁ ଥିଲା କାଳରାତି । ଏକାକାଳିନ 6ଟି ସ୍ଥାନରେ ମାଓବାଦୀ ରଚିଥିଲେ ହତ୍ୟାକାଣ୍ଡର ତାଣ୍ଡବ ।

ମାଓ ଆକ୍ରମଣକୁ 13 ବର୍ଷ
ମାଓ ଆକ୍ରମଣକୁ 13 ବର୍ଷ

By

Published : Feb 15, 2021, 10:51 AM IST

ନୟାଗଡ:ନିଶବ୍ଦ ଥିଲା ରାତି, ପାୱାର କଟ୍ ମଧ୍ୟରେ ଥାନାରେ ଚାଲିଥିଲା ସରକାରୀ କାମ । ହଠାତ୍ ଶୁଭିଲା ଗୁଳିଗୋଳାର ଶବ୍ଦ, କେହି କିଛି ଭାବିବା ଆଗରୁ ମାଡି ଆସିଲେ 400 ରୁ 500 ସଶସ୍ତ୍ର ମାଓବାଦୀ ଆଉ ଟଳିପଡିଲେ 15 ପୋଲିସକର୍ମୀ । ସେହି ବିଭତ୍ସ ହତ୍ୟାକାଣ୍ଡକୁ ଆଜି 13 ବର୍ଷ ବିତିଯାଇଛି ହେଲେ ମନରେ ଏବେବି ସତେଜ ଅଛି ସେଦିନର ଲୋମହର୍ଷଣକାରୀ ରାତି । 2008 ଫେବୃଆରୀ 15, ନୟାଗଡ ପାଇଁ ଥିଲା କାଳରାତି । ଏକାକାଳିନ 6ଟି ସ୍ଥାନରେ ମାଓବାଦୀ ରଚିଥିଲେ ହତ୍ୟାକାଣ୍ଡର ତାଣ୍ଡବ । ଶୁଣନ୍ତୁ ସେଦିନ 4ଟି ଗୁଳି ଖାଇଥିବା ମହିଳା କନେଷ୍ଟବଳ ପ୍ରତିମା ରାଉତଙ୍କ ମୁହଁରୁ ମାଓବାଦୀଙ୍କ ବିଭତ୍ସ କାହାଣୀ...

ମାଓ ଆକ୍ରମଣକୁ 13 ବର୍ଷ, ଏବେବି ଲୋମହର୍ଷଣକାରୀ ରାତିକୁ ମନେ ପକାଉଛି ନୟାଗଡ

ରିଜର୍ଭ ଅଫିସ, ନୟାଗଡ ଥାନା, ଅସ୍ତ୍ରାଗାର, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ଏକାକାଳିନ ଆକ୍ରମଣ କରିଥିଲେ ମାଓବାଦୀ । ସମସ୍ତ ଅଞ୍ଚଳରେ ପାୱାର୍ କଟ୍ କରିବା ପରେ ଅନ୍ଧାରୁଆ ରାତିରେ ଥାନା ଉପରେ ଆଖିବୁଜା ଗୁଳି ବର୍ଷା କରିଥିଲେ । ଅସ୍ତ୍ରାଗାର ଭିତରେ ପଶି ଲୁଟିନେଲେ ଶହ ଶହ ଅସ୍ତ୍ରଶସ୍ତ୍ର । ରାତି ପାହିଲା ବେଳକୁ ଜଳୁଥିଲା ଥାନା । 15 ପୋଲିସ କର୍ମୀଙ୍କ ସମେତ ଜଣେ ସାଧାରଣ ଲୋକର ମୃତଦେହ ପଡି ରହିଥିଲା ଓ 5 ଜଣରୁ ଊର୍ଦ୍ଧ୍ବ ଆହତ ତଳେ ପଡି ହେଉଥିଲେ ଛଟପଟ୍ । ରାଜ୍ୟରେ ସୃଷ୍ଟି ହୋଇଗଲା ଆଲୋଡନ । ସେତବେଳକୁ ନୟାଗଡ ଇତିହାସରେ ଲେଖା ସରିଥିଲା ମାଓବାଦୀଙ୍କ ଗୁଳିକାଣ୍ଡ କାହାଣୀ ।

ନୟାଗଡ ପୋଲିସ ଓ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି 13 ଜଣଙ୍କୁ ଗିରଫ କରିଥିଲା କିନ୍ତୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଗଲେ 6 ଅଭିଯୁକ୍ତ । ଆଉ ଜଣେ ମାନସିକବିକାରଗସ୍ତ ଅଭିଯୁକ୍ତର ବିଚାରଧିନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଥିଲା । ଘଟଣାରେ 2 ଜଣଙ୍କୁ ଛାଡିଦେଲେ ବାକି ସମସ୍ତେ ନିର୍ଦ୍ଦୋଶରେ ଖଲାସ ହୋଇଗଲେଣି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ମାଓ ନେତା ସବ୍ୟସାଚି ପଣ୍ଡା ଏବେ ବି ଜେଲରେ ଅଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details