ନବରଙ୍ଗପୁର:ଜିଲ୍ଲା ପରିଷଦ ଅଧ୍ୟକ୍ଷ(zilla parisad chairman election) ଆସନ ପାଇଁ ସରିଛି ନିର୍ବାଚନ ପ୍ରକ୍ରିୟା । ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ମୋତିରାମ ନାୟକ । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ସମୟ ଅବଧି ମଧ୍ୟରେ ବିଜେଡିର ମୋତିରାମ ନାୟକ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାହାଫଳରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।
ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ - ମୋତିରାମ ନାୟକ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ
ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ ମୋତିରାମ ନାୟକ । ଅଧିକ ପଢନ୍ତୁ
ନବରଙ୍ଗପୁରରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ବିଜେଡି ପ୍ରାର୍ଥୀ
ନବରଙ୍ଗପୁର ଜିଲ୍ଲାରେ ୨୬ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେଥିମଧ୍ୟରୁ ବିଜେଡି ୨୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ମୋତିରାମ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିପୂର୍ବରୁ ୨୦୧୨-୧୭ ମଧ୍ୟରେ ସେ ଅଧ୍ୟକ୍ଷ ରହିଥିଲେ ।
ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ