ଓଡିଶା

odisha

ETV Bharat / state

ଦୁଇ ଭାଇଙ୍କ କଳିରେ ବଳି ପଡିଲା ମଧ୍ୟସ୍ଥି, ଟାଙ୍ଗିଆ ଚୋଟରେ ଗଲା ଜୀବନ

ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତର କାଦୋମାଳି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

By

Published : Jan 30, 2020, 4:03 PM IST

ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର
ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର

ନବରଙ୍ଗପୁର: ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତର କାଦୋମାଳି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଝରିଗାଁ ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରିରଖିଛି ।

ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର

ସୂଚନା ଅନୁସାରେ, ଇଚ୍ଛାପୁର ପଞ୍ଚାୟତର ସୁଦର ମାଝୀ ଓ ତାଙ୍କ ସାନଭାଇ ଦେବରାଜ ମାଝୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା । ଗତ କିଛି ମାସ ତଳେ ସାନଭାଇ ଦେବରାଜ ମାଝୀକୁ ପୋଲିସ ଗିରଫ କରିଥିଲା । ଜେଲରୁ ଫେରି ଦେବରାଜ ସୁଦରକୁ ମାରିବାକୁ ଚେଷ୍ଟା କରିଥିଲା । ସେଥିପାଇଁ ସେ ଯୋଜନାବଦ୍ଧ ଭାବେ ଦଣ୍ଡରେ ଜଗି ରହିଥିଲା । ସେହି ସମୟରେ ବାଣୁଆଗୁଡା ପଞ୍ଚାୟତର ବଳରାମ ହରିଜନ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଦେବରାଜ ବଳରାମକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଝରିଗାଁ ଥାନା ଅଧିକାର ନରେଶ ପ୍ରଧାନ ଓ ଏସଆଇ ସନ୍ତୋଷ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏହା ସହ ଦେବରାଜକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details