ଓଡିଶା

odisha

By

Published : Nov 11, 2022, 7:52 AM IST

ETV Bharat / state

ସେଲ୍‌ଫି ହେଲା କାଳ, ଜଳପ୍ରପାତରେ ଗୋଡ ଖସି ଯୁବକ ନିଖୋଜ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ଥିତ ଘୁମରେଶ୍ୱର ଶୈବପୀଠରେ ଅଘଟଣ । ଜଳପ୍ରପାତ ନିକଟରେ ସେଲ୍‌ଫି ନେବାବେଳେ ପାଣିରେ ଖସି ଯୁବକ ନିଖୋଜ । ଅଧିକ ପଢନ୍ତୁ

ସେଲ୍‌ଫି ହେଲା କାଳ, ଜଳପ୍ରପାତରେ ଗୋଡ ଖସି ଯୁବକ ନିଖୋଜ
ସେଲ୍‌ଫି ହେଲା କାଳ, ଜଳପ୍ରପାତରେ ଗୋଡ ଖସି ଯୁବକ ନିଖୋଜ

ନବରଙ୍ଗପୁର:ସେଲ୍‌ଫି ହେଲା କାଳ । ଜଳପ୍ରପାତ ନିକଟରେ ସେଲ୍‌ଫି ନେବାବେଳେ ପାଣିରେ ଖସି ଯୁବକ ନିଖୋଜ । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବପୀଠରେ ଗତକାଲି ଏହି ଅଘଟଣ ଘଟିଛି । ଜଣେ ଯୁବକ ଘୁମରେଶ୍ବର ଶୈବପୀଠ ତଳକୁ ଥିବା ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସିଯିବାରୁ ଅକାତ କାତ ପାଣିରେ ପଡ଼ି ନିଖୋଜ ହୋଇଯାଇଛନ୍ତି(Youth slipped into waterfall while Taking Selfie) । ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିବା ସତ୍ତ୍ବେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି । ଯୁବକ ଜଣକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ ପୁତ୍ର ହରିବନ୍ଧୁ ଗୌଡ଼(୧୮) ବୋଲି ଜଣାପଡିଛି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ମଙ୍ଗରଦୋରା ନିକଟରେ ରହିଛି ପ୍ରସିଦ୍ଧ ଘୁମରେଶ୍ବର ଶୈବପୀଠ । ପୀଠ ନିକଟରେ ରହିଛି ଜଳପ୍ରପାତ । ପ୍ରତ୍ୟେକ ବର୍ଷ ଏହି ପୀଠ ତଥା ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହଜାର ହଜାର ପର୍ଯ୍ୟଟକ ବୁଲି ଆସିଥାନ୍ତି । ଏହି କ୍ରମରେ ଗୁରୁବାର କୋରାପୁଟ ଡେଙ୍ଗପଦର ପଞ୍ଚାୟତ କୃଷ୍ଣଗୁଡା ଗ୍ରାମର ହରିବନ୍ଧୁ ଗୌଡ଼ ନିଜ ଦୁଇଜଣ ସାଙ୍ଗଙ୍କ ସହ ଘୁମରେଶ୍ବର ଶୈବପୀଠକୁ ବୁଲିବାକୁ ଆସିଥିଲେ । ଶୈବପୀଠ ଦର୍ଶନ ସାରି ନିକଟରେ ଥିବା ଜଳପ୍ରପାତ ନିକଟରେ ବୁଲାବୁଲି କରୁଥିଲେ । ତେବେ ଜଳପ୍ରପାତ ନିକଟରେ ହରିବନ୍ଧୁ ସେଲ୍ଫି ନେବା ସମୟରେ ଗଡ଼ ଖୋସି ପାଣିରେ ପଡ଼ିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ

ତାଙ୍କ ସହିତ ଆସିଥିବା ସାଙ୍ଗମାନେ ସମ୍ପୃକ୍ତ ପରିବାରଙ୍କୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ କର୍ମଚାରୀ ଘୁମରେଶ୍ବର ପର୍ଯ୍ୟଟନସ୍ଥଳୀ ପାଖରେ ଥିବା ଜଳପ୍ରପାତ ନିକଟରେ ପହଞ୍ଚି ଥିଲେ । ରଶି ସାହାଯ୍ୟରେ ଜଳପ୍ରପାତ ତଳକୁ ଓହ୍ଲାଇ ପାଣି ଭିତରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ସନ୍ଧ୍ୟା ହେବାରୁ ସନ୍ଧାନ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ପୁଣି ଆଜି ଯୁବକଙ୍କ ସନ୍ଧାନ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ହାବିଲଦାର ମହେନ୍ଦ୍ର କୁମାର ମିଶ୍ର ସୂଚନା ଦେଇଛନ୍ତି । ଏନେଇ ସମ୍ପୃକ୍ତ ପରିବାର ପକ୍ଷରୁ ଯୁବକ ନିଖୋଜ ଥିବା ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୧୭/୨୨ ଅନୁଯାୟୀ ଏକ ନିଖୋଜ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details