ନବରଙ୍ଗପୁର: ବିଚ୍ ବଜାରରେ ଆଣ୍ଠେଇଲେ ଯୁବକ । ଖାଲି ଆଣ୍ଠେଇ ନାହାଁନ୍ତି ବରଂ କ୍ଷମା ଵି ମାଗିଛନ୍ତି। ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟର । ଯୁବକ ଜଣକ ହେଲେ ଭବତୋଷ ମଣ୍ଡଲ । ଯୁବକ ଜଣକ ଉମରକୋଟ ଝରିଗାଁ ରୋଡରେ ଏକ କ୍ଲିନିକ୍ ଚଳାଉଛନ୍ତି, ଯେଉଁଠାରେ ଗୁପ୍ତ ରୋଗ ଓ ଯୌନ ରୋଗର ଚିକିତ୍ସା କରାଯାଏ ।
ତେବେ ନିଜର ଵ୍ୟବସାୟର ପ୍ରଚାର ପାଇଁ ସେ ଏକ ପୋଷ୍ଟର ଛାପିଛନ୍ତି । ଏହି ପୋଷ୍ଟରରେ ଭଗଵାନ ରାଧା କୃଷ୍ଣଙ୍କ ଫଟୋ ରହିଛି । ସେ ଉକ୍ତ ପୋଷ୍ଟରକୁ ଉମରକୋଟର ଵିଭିନ୍ନ ସ୍ଥାନରେ ମାରିଥିଲେ । ଘଟଣା ଜାଣିଵା ପରେ ତାତିଛନ୍ତି ସ୍ଥାନୀୟ ଯୁଵକ। ଘଟଣାକୁ ନେଇ ବଜରଙ୍ଗ ଦଳ ତୀବ୍ର ଵିରୋଧ କରିବା ସହ 12 ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ମରାଯାଇଥିବା ପୋଷ୍ଟ ହଟାଇବାକୁ ପରାମର୍ଶ ଦିଆଯାଇଛି।