ଓଡିଶା

odisha

ETV Bharat / state

ଯୁବତୀଙ୍କୁ 10 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା BJP - ବିଜେପି ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝିଅ ବିକ୍ରି ଅଭିଯୋଗ । ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ଗାଁର ଦୌପତି ଗୌଡ଼ଙ୍କୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ଅନ୍ତର୍ଗତ ଲଛୁଗୁଡା ଗାଁର କାର୍ତ୍ତିକ ଗୌଡ଼ ବିକ୍ରି କରିବାର ସଂଙ୍ଗୀନ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କାର୍ଯ୍ୟନୁଷ୍ଠାନ ଦାବି କଲା BJP
କାର୍ଯ୍ୟନୁଷ୍ଠାନ ଦାବି କଲା BJP

By

Published : May 18, 2022, 10:52 AM IST

ନବରଙ୍ଗପୁର:ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝିଅ ବିକ୍ରି ଅଭିଯୋଗ । ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ଗାଁର ଦୌପତି ଗୌଡ଼ଙ୍କୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ଅନ୍ତର୍ଗତ ଲଛୁଗୁଡା ଗାଁର କାର୍ତ୍ତିକ ଗୌଡ଼ ବିକ୍ରି କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆଣିଛନ୍ତି ଯୁବତୀ ଓ ପରିବାର ବର୍ଗ l ଘଟଣାକୁ ନିନ୍ଦା କରିଛି ଜିଲ୍ଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।

କାର୍ଯ୍ୟନୁଷ୍ଠାନ ଦାବି କଲା BJP

ସୂଚନାଅନୁସାରେ କାର୍ତ୍ତିକ 3 ମାସ ତଳେ ଲାଉଗୁଡାଠାରେ ସମ୍ପର୍କୀୟ ଅଜା ଘରେ ଆସି ରହୁଥିଲେ । ପରେ ସମ୍ପୃକ୍ତ ଯୁବକ ଉକ୍ତ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସାଙ୍ଗରେ ବୁଲିଯିବା ପାଇଁ କହି ଜୋର ଜବରଦସ୍ତ ପ୍ରଥମେ ନବରଙ୍ଗପୁର ଏବଂ ସେଠାରୁ ବ୍ରହ୍ମପୁର ନେଇ ଯାଇଥିଲେ । ସେଠାରେ ଦିନ ସାରା ଅଖିଆଅପିଆ ରଖି ପୁଣି ସନ୍ଧ୍ୟାରେ ରାୟଗଡା ନେଇ ଆସିଥିଲେ l ରାୟଗଡାରେ ପହଞ୍ଚିବା ପରେ କାର୍ତ୍ତିକର ଦୁଇ ଭାଇ ପୁର୍ଣ୍ଣ ଓ ରାମେଶ୍ବର ଆସି ସେମାନଙ୍କୁ ମାରପିଟ କରି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ ସେଇ ଦୁଇ ଭାଇ ଯୁବତୀ ଜଣକୁ ସାଙ୍ଗରେ ନେଇ ଲାଞ୍ଜିଗୁଡା ଗାଁରେ ରଖିଲେ l ପରେ ଲାଞ୍ଜିଗୁଡାରୁ ଲଛୁଗୁଡା ନେଇ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ କାର୍ତ୍ତିକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ପରେ ଯୁବତୀ ଜଣକୁ ନେଇ ହାଡ଼ିଗ୍ରାମର ଅକୁଳ ଗୌଡ଼ ଘରେ ନେଇ ଛାଡି ଦେଇଥିଲେ l ସେଠାରେ ଅକୁଳ ଗୌଡ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ପ୍ରତିରୋଧ କରିବାରୁ ଅକୁଳ ଯୁବତୀଙ୍କୁ 10 ହଜାର ଟଙ୍କାରେ କିଣିଥିବା କଥା କହିଥିଲା l ଏହି ସମସ୍ତ ଖବର ପଦାକୁ ଆସିବା ପରେ ଯୁବତୀଙ୍କ ପରିବାରକୁ ଖବର ଦେଇଥିଲେ । ଯୁବତୀଙ୍କ ବାପା ମାଆ ଆସି ଯୁବତୀଙ୍କୁ ସାଙ୍ଗରେ ନେଇଥିଲେ l ଏ ନେଇ ଗତ 1/4/22 ରେ ଖାତିଗୁଡା ଥାନାରେ ଏତଲା ଦେଇଥିଲେ ମଧ୍ୟ ଥାନାରେ ଏତଲା ଗ୍ରହଣ କରାଗଲା ନାହିଁ l ନୂଆ କରି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଭାବେ ଏସ ସୁଶ୍ରୀ ଯୋଗ ଦେବା ପରେ ସମସ୍ତ ପରିବାର ବର୍ଗ ଆସି ଏସପିଙ୍କୁ ଦେଖା କରି ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏହି ଘଟଣାକୁ ଚପାଇ ଦେବା ପାଇଁ ଥାନା ବାବୁ ଉପରେ କୁଆଡେ ଚାପ ପଡୁଥିବା କଥା ଜାଣି ଜିଲ୍ଲା ବିଜେପିର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ । ସମ୍ପୃକ୍ତ ଯୁବତୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମିଳନୀ ଆୟୋଜନ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଦାବି ନ ମାନିଲେ ରାଜରାସ୍ତାକୁ ଓଲ୍ଲାଇଇବାକୁ ଚେତାବନୀ ଦେଇଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details