ଓଡିଶା

odisha

ETV Bharat / state

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା - ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଅଧିକ ପଢନ୍ତୁ...

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା
ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା

By

Published : Jan 11, 2020, 3:36 AM IST

ନବରଙ୍ଗପୁର: ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁ ଆଦିବାସୀ ସାହିର ଅସହାୟ ବୃଦ୍ଧା ଗୌରୀ ସୌରା (୭୦)ବୟସର ଅପରାହ୍ନରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବାରୁ ପଡ଼ିଶା ଘର ପାଇଖାନାରେ ଆଶ୍ରୟ ନେଇ ରହୁଥିଲେ ।

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା

ତାଙ୍କର ପରିବାର ବୋଲି କେହି ନାହାଁନ୍ତି । ୧୫ ବର୍ଷ ତଳେ ସ୍ବାମୀ ଛାଡ଼ି ଚାଲିଗଲେ ଆରପାରିକୁ । ବଳବୟସ ଥିବା ପର୍ଯ୍ୟନ୍ତ ପର ଘରେ ବାସନ ସଫା କରି ପେଟ ପଶୁଥିଲେ ଗୌରୀ । ଆଉ ଏବେ କାମ କରିବାକୁ ବଳ ପାଉନି । ବାର ଦୁଆର ଭିକ ମାଗି ମାଗି ଚଳି ଯାଉଥିଲେ ହେଲେ ଏବେ ଭିକ ମଧ୍ୟ ମାଗିବାକୁ ଆଉ ସକ୍ଷମ ନାହିଁ । ତେଣୁ ଦିନେ ଖାଇଲେ ତିନି ଦିନ ଉପବାସ ରହିବାକୁ ପଡୁଛି । ସେ ଶୀତ କାକରରେ ପାଇଖାନାରେ ପୋଡ଼ି ରହିଥିଲେ । ତାଙ୍କ ଏହି ଦୁଃଖଦ ଘଟଣା ତେନ୍ତୁଳିଖୁଣ୍ଟି ବିଡ଼ିଓ ଶୁଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଖବର ପାଇ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ବିଡ଼ିଓ । ଏହାସହ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ଥଇଥାନ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ସେପଟେ ମହିଳା ବିଡ଼ିଓଙ୍କ ଏପରି ମାନବିକତା ପାଇଁ ବ୍ଲକବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details