ଓଡିଶା

odisha

ETV Bharat / state

ପରକୀୟା ପ୍ରୀତିକୁ ନେଇ ମହିଳାଙ୍କ ଆତ୍ମହତ୍ୟା ! - ପରକୀୟା ପ୍ରୀତିକୁକୁ ନେଇ ମହିଳାଙ୍କ ଆତ୍ମହତ୍ୟା !

ପରକୀୟା ପ୍ରୀତିକୁ ନେଇ ମହିଳାଙ୍କ ଆତ୍ମହତ୍ୟା ! ଘଟଣାର ଛାନଭିନ ଆରମ୍ଭ । ଅଧିକ ପଢନ୍ତୁ...

woman commits suicide over love affair in nabarangpur district
ପରକୀୟା ପ୍ରୀତିକୁକୁ ନେଇ ମହିଳାଙ୍କ ଆତ୍ମହତ୍ୟା !

By

Published : Jun 17, 2020, 7:37 AM IST

ନବରଙ୍ଗପୁର: ପରକୀୟା ପ୍ରୀତିକୁକୁ ନେଇ ମହିଳାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭାର୍ସୁଣ୍ତି ଗାଁରେ । ନିଜ ଘରେ ନିଜ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ହେଲେ ଭର୍ଶୁଣ୍ଡି ଗାଁର ରଞ୍ଜିତ ଗଣ୍ଡଙ୍କ ସ୍ତ୍ରୀ ଗଣି ଗଣ୍ଡ । ମହିଳା ଜଣକ ଜଗ ଦାସ ନାମକ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା । ତେବେ, ଗତ ଦୁଇ ଦିନ ପୂର୍ବରୁ ଗଣି ଓ ଜଗ ଅନୈତିକ ସମ୍ପର୍କରେ ଲିପ୍ତ ଥିବା ଦେଖି ନିଜ ଭାଇଙ୍କ ନିକଟରେ କହିଥିଲେ ଦିଅର ।

ପରେ,ପରେ ସ୍ଵାମୀ ରଞ୍ଜିତ ସ୍ତ୍ରୀଙ୍କୁ ଗାଳି ଦେଇଥିଲେ । ଲୋକଲଜ୍ୟା ଓ ଅପମାନକୁ ଭୟ କରି ଗଣି ଆତ୍ମହତ୍ୟା କରିଥିବା ସ୍ଵାମୀ କହିଛନ୍ତି । ଏନେଇ ରାଇଘର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details